ଭୁବନେଶ୍ୱର ୧୧।୦୮ : ରାଜଧାନୀରେ ପାର୍କିଂ ପାଇଁ ଡବଲ୍ ମର୍ଡର ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ବାହାରୁ ଉଠାଇ ଆଣିବା ପରେ ସୁନ୍ଦରପଦା ସ୍ଥିତ କୁହା କଲ୍ୟାଣୀ ପ୍ଲାଜାରେ ସିନ୍ରିକ୍ରିଏସନ୍ କରିଛି କମିଶନରେଟ୍ ପୋଲିସ । ବୁଧବାର ରାତିରେ ଅଭିଯୁକ୍ତମାନେ କିପରି ହତ୍ୟା କଲେ, ଏବଂ ହତ୍ୟା ପରେ କିଭଳି ଥିଲା ପରିସ୍ଥିତି । ସେ ସବୁ ବିଷୟରେ ପୋଲିସକୁ ଡେମୋ କରି ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ଏହାପରେ ଅଭିଯୁକ୍ତମାନଙ୍କ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ସେହିପରି ହତ୍ୟାକାଣ୍ଡ ସଂପର୍କରେ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ବୁଧବାର ରାତିରେ ପାର୍କି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟା ପରେ ଦୁଇ ଅଭିଯୁକ୍ତ ଜିଲ୍ଲା ଛାଡି ଅନ୍ୟ ଜିଲ୍ଲାକୁ ଚାଲିଯାଇଥିଲେ । ପରେ ସେମାନଙ୍କୁ ଟ୍ରାକ୍ କରି ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଦୀପ ମଲ୍ଲିକଙ୍କ ପୁରୀରୁ ଗିରଫ କରିଥିବା ବେଳେ ଗଣେଷ ମଲ୍ଲିକଙ୍କୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲରୁ ଧରିଛି ପୋଲିସ ।