ରାଜଧାନୀରେ ଚାଞ୍ଚଲ୍ୟ, ଭାଇ-ଭାଉଜଙ୍କ ଝଗଡ଼ାରେ ଭଉଣୀଙ୍କ ତିନି ମାସର ଗର୍ଭ ନଷ୍ଟ

Published By : Prameya-News7 Bureau | July 27, 2023 IST

ବାରଙ୍ଗ ୨୭।୦୭ : ରାଜଧାନୀରେ ଚାଞ୍ଚଲ୍ୟ । ଗର୍ଭବତୀ ମହିଳାଙ୍କୁ ମାଡ । ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ହେଲା ନଷ୍ଟ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାକୁ ଯାଇଥିଲେ ମଧ୍ୟ ଅଭିଯୋଗ ରଖିଲାନି ପୋଲିସ୍। ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ୱର ବସ୍ତିରେ ଘଟିଛି ଅଭାବବନୀୟ ଘଟଣା ।

{"id":822692,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର। ଭାଇ ଭାଉଜ ଘର ଦେଲେନି କି ଟଙ୍କା ଦେଲେନି। ବାରମ୍ଵାର ସାହି କମିଟିରେ ଗୁହାରି କରିଥିଲେ ମଧ୍ୟ କମିଟିରେ ଥିବା ମୂରବୀ ହନକ୍ ଏବଂ ରାଜେଶ୍ କରିନଥିଲେ ସମାଧାନ। ଫଳରେ ଭାଉଜ ଏବଂ ତାଙ୍କ ପରିବାର ଲୋକେ ପୂଜାଙ୍କୁ ତଳେ ପକାଇ ଅତର୍କିତ ଆକ୍ରମଣ କରିଥିଲେ।

{"id":822693,"sizeSlug":"full","linkDestination":"none"}

ତେବେ ଛାତି ଏବଂ ପେଟରେ ଶକ୍ତ ଆଘାତ ହେବାରୁ ପୂଜାଙ୍କ ଗର୍ଭ ନଷ୍ଟ ହୋଇଥିଲା। ରକ୍ତ ସ୍ରାବ ହେଉଥିବା ବେଳେ ପୂଜା ଏବଂ ତାଙ୍କ ସ୍ଵାମୀ ଚନ୍ଦନ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଶୁଣି ନଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍ । ସେପଟେ ବସ୍ତି ମୁରବିଙ୍କ ପ୍ରରୋଚନାରେ ଭାଉଜ ଓ ତାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ନିଜର ସର୍ବସ୍ବ ହରାଇଥିବା ପୂଜା ଓ ଚନ୍ଦନ ନ୍ୟାୟ ପାଇଁ ଅଡି ବସିଛନ୍ତି ।

wp:embed {"url":"https://www.prameyanews7.com/odisha-bse-matric-examination-to-be-held-from-20th-february/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-bse-matric-examination-to-be-held-from-20th-february/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.