ଭୁବନେଶ୍ୱରରେ ଜଳିଗଲା ଏଟିଏମ୍, ଅଗ୍ନିଶମ ବାହିନୀର ଛାନ୍ଭିନ୍
7/02/2023 at 7:30 AM

ଭୁବନେଶ୍ୱର ୦୭।୦୨ : ଜଳିଗଲା ଏଟିଏମ୍ । ଭୁବନେଶ୍ୱର ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା ସ୍ଥିତ ଏସ୍ବିଆଇ ଏଟିଏମ୍ରେ ନିଆଁ ଲାଗି ପୋଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣା ସ୍ଥିତ ଏସ୍ବିଆଇ ଏଟିଏମ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ଏଟିଏମ୍ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି ।
ତେବେ ଏଟିଏମ୍ରେ ଅଗ୍ନିକାଣ୍ଡ ନେଇ ସଠିକ୍ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରହିଛି । ଏହି ଅଗ୍ନିକାଣ୍ଡ କିଏ କରିଛି ନାଁ ସର୍ଟ ସର୍ଟିକ ଯୋଗୁ ଲାଗିଛି । ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023