ଏୟାରପେ।ର୍ଟ ଅଥରିଟି କର୍ମଚାରୀ ୟୁନିଅନର ତିନିଦିନିଆ ରିଲେ ଅନଶନ

Published By : Prameya-News7 Bureau | December 10, 2018 IST

ଭୁବନେଶ୍ବର ୧୦|୧୨: ଆଜିଠୁ ଆରମ୍ଭ ହେ।ଇଛି ଏୟାରପେ।ର୍ଟ ଅଥରିଟି କର୍ମଚାରୀ ୟୁନିଅନଙ୍କ ରିଲେ ହଙ୍ଗର ଷ୍ଟ୍ରାଇକ୍ । ଏହା ତିନିଦିନ ଧରି ଚାଲିବ । ଭୁବନେଶ୍ବର ବିମାନବନ୍ଦର ନିର୍ଦେଶକଙ୍କ ଅଫିସ୍ ସାମ୍ନାରେ ଏହି କର୍ମଚାରୀ ମାନେ ଷ୍ଟ୍ରାଇକ୍ ରେ ବସିଛନ୍ତି । ଭୁବନେଶ୍ବରକୁ ମିଶାଇ ଦେଶର ଆଉ ୬ ଟି ବିମାନବନ୍ଦରର କର୍ମଚାରୀମାନେ ହଙ୍ଗର ଷ୍ଟ୍ରାଇକ୍ ରେ ମଧ୍ୟ ବସିଛନ୍ତି । ବିମାନବନ୍ଦରକୁ ଘରେ।ଇକରଣ ନ କରିବା ଲାଗି ଏହି କର୍ମଚାରୀମାନେ ଦାବି କରୁଛନ୍ତି । ଘରେ।ଇକରଣ ହେଲେ ବିମାନ ବନ୍ଦରରୁ ଆଦାୟ ହେଉଥିବା ରେଭନ୍ୟୁ ବେସରକାରୀ ଲେ।କଙ୍କ ହାତକୁ ଚାଲିଯିବ । ଏହା ସହିତ ଚାକିରି ପାଇଁ ଥିବା କେ।ଟାବନ୍ଦ ହେ।ଇଯିବ ।  ଗୌହାଟି, ବେଙ୍ଗାଲୁରୁ, ତ୍ରିଭାନ୍ଦମ୍, ଅହମଦାବାଦ, ଲଖନଉ, ଜୟପୁର  ବିମାନବନ୍ଦରରେ ଏହି ୟୂନିଅନ ଷ୍ଟ୍ରାଇକ୍ କରୁଛନ୍ତି । କେନ୍ଦ୍ର ସରକାର ଯଦି ଏହି ଦାବି ପୂରଣ ନ କରନ୍ତି ତେବେ ଚଳିତ ମାସ୨୮ ତାରିଖରୁ ସମସ୍ତ କର୍ମଚାରୀ ସାମୁହିକ ଛୁଟି ରେ ଯିବେ ବେ।ଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। 

{"id":62717,"width":585,"height":330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.