ମଙ୍ଗଳବାରଠୁ ଭୁବନେଶ୍ୱର ବାଲିଯାତ୍ରା : ମୁତୟନ ହେବେ ୮ରୁ୧୦ ପ୍ଲାଟୁନ ପୋଲିସ ଫୋର୍ସ

Published By : Prameya-News7 Bureau | November 07, 2022 IST

ଭୁବନେଶ୍ୱର ୦୭।୧୧: ମଙ୍ଗଳବାର ଠାରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି ସରିଛି । ପଡିଆକୁ ପ୍ରବେଶ ପାଇଁ ୩ଟି ଗେଟର ବ୍ୟବସ୍ଥା କରାଯଇଛି । ପ୍ରାୟ ୫୦୦ ଷ୍ଟଲ ବାଲିଯାତ୍ରାରେ ପଡିବ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ଷ୍ଟେଜର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଖବର ଅନୁଯାୟୀ, ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଦୈନିକ ପ୍ରାୟ ୭୦ ରୁ ୮୦ ହଜାର ଲୋକ ସମାଗମ ହେବାର ଆଶଙ୍କା କରାଯାଉଛି । ଭୁବନେଶ୍ୱର ଡିସିପି ବାଲିଯାତ୍ରା ପଡିଆକୁ ଆସି ବାଲିଯାତ୍ରା କମିଟି ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୋଲିସ ସହ ଅଗ୍ନିଶମ ବିଭାଗର ଗୋଟିଏ ଲେଖାଏଁ ପୋଷ୍ଟ ରହିବା ସହ ଏଠାରେ ଜରୁରୀକାଳୀନ ଅନାଉନ୍ସମେଣ୍ଟ କରାଯିବ ।

ସେହିପରି ପିଇବା ପାଣିର ସଠିକ ବ୍ୟବସ୍ଥା କରିବାକୁ ବାଲିଯାତ୍ରା କମିଟିକୁ ପରାମର୍ଶ ଦେଇଛି ପୋଲିସ । ଟ୍ରାଫିକ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ବାଲିଯାତ୍ରା ବେଳେ ଭାରି ଯାନ ଚଳାଚଳ ବନ୍ଦ କରାଯିବ । କିଛି ସ୍ଥାନରେ ଡାଇଭର୍ଜନ କରାଯିବା ସହ ଗାଡି ରାସ୍ତାରେ ଫସିଲେ ତାକୁ ଉଠାଇବାକୁ ରାସ୍ତା କଡ଼ରେ କ୍ରେନ ରଖାଯିବ ।

ବାଲିଯାତ୍ରା ସମୟରେ ୮ ରୁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ଚୋରୀ କୁ ନଜରରେ ରଖି ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିବେ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ବାଲିଯାତ୍ରା କମିଟିକୁ ପରାମର୍ଶ ଦେଇଛି ପୋଲିସ । ବାଲିଯାତ୍ରା ବେଳେ ସାଧା ପୋଷାକରେ ବୁଲିବେ କମିଟିର କର୍ମକର୍ତ୍ତା ।ଖାଇବା ଷ୍ଟଲରେ ବାସୀ ଖାଦ୍ୟ ଥିଲେ, ତାହା ଜବତ କରାଯିବ କାର୍ଯ୍ୟାନୁଷ୍ଠାନ ହେବ । ପଲିଥିନ ବ୍ୟବହାର ନକରିବାକୁ ପ୍ରାଥମିକତା ଦିଆଯିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲ କ୍ୟାମ୍ପ ଓ ଆମ୍ବୁଲାନ୍ସ ରହିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.