ନୂଆପଡ଼ା୨୫/୧୨: ସ୍ତ୍ରୀକୁ ହତ୍ୟା କରିଥିବାରୁ ଆଜୀବନ ଜେଲ୍ ଗଲେ । ସଜା କାଟି ଆସିବା ପରେ ବି ଘର ଲୋକେ କି ସାହି ପଡିଶାଙ୍କ ଆଦର ମିଳିଲାନି । ନିଜ ଜାତି କୁଟୁମ୍ବରେ ମିଶିବାକୁ ପାଇଁ ସୁଦ୍ଧି ହୋଇ ଭୋଜିଭାତ ଦେବାର ବ୍ୟବସ୍ଥା କଥା କହିଲେ ଜାତି ସମାଜ । ହେଲେ ପାଖରେ ଅର୍ଥ ନଥିବାରୁ ହୋଇ ପାରିଲାନି । କାରଣ ଜେଲ୍ରେ ଯାହା ରୋଜଗାର କରିଥିଲେ ଆଧାର କାର୍ଡ ନଥିବାରୁ ସେତେକ ବି ଜେଲ୍ କର୍ତ୍ତୃପକ୍ଷ ଦେଲେନି । ଶେଷରେ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଦେଲେ ନୂଆପଡା ଗୋଲାବନ୍ଧର ଭୁବନ ମାଝୀ ।
{"id":202491,"sizeSlug":"large"}ହତ୍ୟା ଅପରାଧୀକୁ ସାମାଜିକ ତିରସ୍କାର । ସଜା କାଟି ଜେଲ୍ରୁ ଫେରିବା ପରେ ବି ପାଖ ପୁରାଇଲେନି ଜ୍ଞାତି କୁଟୁମ୍ବ । ଜାତି ସମାଜରେ ମିଶିବାକୁ ଭୋଜିଭାତ ସହ ପୂଜାର୍ଚ୍ଚନା କରିବାର କଲେ ଡିମାଣ୍ଡ । ହେଲେ ଏଥିପାଇଁ ଅର୍ଥ ଆବଶ୍ୟକତା ଥିବାରୁ ଏହା ବି ମିଲିପାରିଲା ନାହିଁ । ଜେଲ୍ରେ ଥିବା ବେଳେ ବିଭିନ୍ନ କାମକରି ପାରିଶ୍ରମିକ ବାବଦକୁ ଯାହା ରୋଜଗାର କରିଥିଲେ ତାହା ଆଣିବାକୁ ଜେଲ୍ ଗଲେ । ହେଲେ ଆଧାର କାର୍ଡ ନଥିବାରୁ ଅର୍ଥ ଦେବାକୁ ମନାକରିଦେଲେ ଜେଲ୍ କର୍ତ୍ତୃପକ୍ଷ । ଶେଷରେ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟାକୁ ଏକମାତ୍ର ପନ୍ଥା ବାଛିନେଲେ ନୂଆପଡା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧର ଭୁବନ ମାଝୀ । ଗାଁ ପାଖ ଜମିରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଭୁବନ ।
wp:html /wp:html୨୦୦୧ ସେପ୍ଟେମ୍ବରରେ ସ୍ତ୍ରୀକୁ ହତ୍ୟାକରି ଜେଲ୍ ଯାଇଥିଲେ ଭୁବନ । ଖଡିଆଳ ଓ କଳାହାଣ୍ଡି ଜେଲରେ ଦୀର୍ଘ ୧୮ ବର୍ଷ ଆଜୀବନ ଜେଲ ଭୋଗିବା ପରେ ନଭେମ୍ବର ମାସ ରେ ଜେଲ ରୁ ମୁକୁଳି ଘରକୁ ଫେରିଥିଲେ । ହେଲେ ଘରେ ଆଗଭଳି ଆଉ ଆଦର ମିଳି ନଥିଲା । କାରଣ ପୁଅ ଅନାଥାଶ୍ରମରେ ରହୁଥିବା ବେଳେ ଝିଅର ବାହାଘର ହୋଇ ସାରିଥିଲା ।ତେବେ ଜେଲରେ ବନ୍ଧୁ ପାଲଟିଥିବା କୋମନା ଗଡଗଡବାହାଲିର ସାଙ୍ଗ ହେମଲାଲଙ୍କ ଘରେ ଆଶ୍ରୟ ମିଳିଥିଲା । ଆଧାର କାର୍ଡ ପାଇଁ ହେମଲାଲଙ୍କ ସହ ଜିଲ୍ଲା ପ୍ରଶାସନର ବାରମ୍ବାର ଦ୍ବାରସ୍ଥ ହୋଇଥିଲେ ହିଁ କେହି ଶୁଣିନଥିଲେ । ଶନିବାର ପାରିଶ୍ରମିକ ପାଇବା ଆଶାରେ ଭବାନୀପାଟଣା ଜେଲରଙ୍କୁ ଭେଟିଥିଲେ ଭୁବନ । ହେଲେ ସେ ବି କିଛି ଶୁଣିନଥିଲେ । ସେଠାରୁ ନିରାଶ ହୋଇ କାନ୍ଦି କାନ୍ଦି ଫେରିଥିଲେ । ରବିବାର ଗୋଲାବନ୍ଧ ସ୍ଥିତ ଘରକୁ ଫେରିଥିବା ବେଳେ ସନ୍ଧ୍ୟାରେ ନିଖୋଜ ହୋଇ ଯାଇଥିଲେ । ଆଉ ଶେଷରେ ମିଳିଥିଲା ତାଙ୍କ ମୃତଦେହ । ସେପଟେ ଭୁବନଙ୍କ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ଓ ଜେଲ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ହେମଲାଲ । ଉପଜିଲ୍ଲାପାଳ କହିଛନ୍ତି ତାଙ୍କ ଉତ୍ତରାଧିକାରୀଙ୍କୁ ଏହି ଅର୍ଥ ଦେବାକୁ ବ୍ୟବସ୍ଥା କରିବୁ ।
{"id":202492,"sizeSlug":"large"}ଭୁବନଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ ? ସମଜା ଓ ପ୍ରଶାସନର ଅବହେଳା ପାଇଁ ଭୁବନଙ୍କ ଜୀବନ ଚାଲିଗଲା କି ? ଯଦି ଏହା ସତ୍ୟ ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ? ଜଣେ ଅପରାଧୀ ସଜା କାଟି ଆସିବା ପରେ ସମାଜରେ ବଞ୍ଚିବାର ଅଧିକାର କାହିଁକି ମିଳିଲା ନାହିଁ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।ଆଗକୁ ଯେଭଳି ଏମିତି ଆଉ କାହାସହ ନଘଟେ ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।