ବାଲି ମାଫିଆଙ୍କ ଦୌରାତ୍ମ୍ୟ, ସହକାରୀ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ

Published By : Prameya-News7 Bureau | November 03, 2022 IST

ଭୁବନ ୦୩।୧୧ : କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କ ଗାଡି ଉପରକୁ ବାଲି ମାଫିଆଙ୍କ ଆକ୍ରମଣ। ଗାଡିର ଗୋଟିଏ ଡୋର୍ କାଚ ଭାଙ୍ଗିବା ସହ ୨ଟି ମୋବାଇଲ ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ। ଭୁବନ କଣପାଳ ବାଲିଘାଟରୁ ବାଲି ବୋଝେଇ ଟ୍ରାକ୍ଟରକୁ ସହକାରୀ ଉପ ଜିଲ୍ଲାପାଳ ଅଟକ ରଖିଥିବା ବେଳେ ୪ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, କାମାକ୍ଷାନଗର ସହକାରୀ ଉପ ଜିଲ୍ଲାପାଳ ଗୁରୁବାର ଭୁବନ ଥାନା ଅନ୍ତର୍ଗତ କଣପାଳ ବାଲି ଘାଟ ଉପରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସମୟରେ ବାଲି ମାଫିଆମାନେ ଉପଜିଲ୍ଲାପାଳଙ୍କ ଉପରକୁ ଆକ୍ରମଣ କରିଥିଲେ। ଉପଜିଲ୍ଲାପାଳଙ୍କ ଗାଡି କାଚ ଭାଙ୍ଗିବା ସହିତ ଦୁଇଟି ମୋବାଇଲ ଛଡାଇନେଇଥିଲେ ଦୁର୍ବୃତ୍ତ। ଏନେଇ ଭୁବନ ଥାନାରେ ଅଭିଯୋଗ କରିଛନ୍ତି ଉପଜିଲ୍ଲାପାଳ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.