ମଣିଂଓ୍ୱାର୍କ କରୁଥିଲେ, ଅଜଣା ଗାଡି ଧକ୍କାରେ ବୃଦ୍ଧା ଗୁରୁତର

Published By : Prameya-News7 Bureau | December 23, 2022 IST

ଭୁବନ ୨୩।୧୨ : ମଣିଂଓ୍ୱାର୍କ କରୁଥିଲେ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଗୁରୁତର ହୋଇଛନ୍ତି।ଗୁରୁତର ଅବସ୍ଥାରେ ଝୁଲଣା ସାହୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ପ୍ରତିଦିନ ପରି ଭୁବନ ବିଜ୍ଞାପିତା ଅଞ୍ଚଳ ପରିଷଦ ଓ୍ୱାର୍ଡ ନ-୨ର ଝୁଲଣା ସାହୁ  ମଣିଂଓ୍ୱାର୍କ କରୁଥିଲେ । ହେଲେ ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଆସି ଝୁଲଣା ସାହୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ହୋଇଥିଲେ । ଝୁଲଣା ସାହୁଙ୍କ ଦୁଇଟି ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ଝୁଲଣାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ।  ସେଠାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.