UPକୁ ପ୍ରବେଶ କଲା ଭାରତ ଯୋଡୋ ଯାତ୍ରା, ଜାଟ୍ ଲ୍ୟାଣ୍ଡରେ କଂଗ୍ରେସକୁ ଦେବ ନୂଆ ଜୀବନ

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ ୩।୧: କନ୍ୟା କୁମାରୀରୁ କାଶ୍ମୀରକୁ ବାହାରିଥିବା କଂଗ୍ରେସ୍‌ ର ‘ଭାରତ ଯୋଜୋ ଯାତ୍ରା’ ମଙ୍ଗଳବାର ଉତ୍ତରପ୍ରଦେଶ (ୟୁପି) ରେ ପ୍ରବେଶ କରିବ। ଯାତ୍ରା ମଧ୍ୟାହ୍ନରେ ଲୋନୀ ବର୍ଡରରୁ ୟୁପିରେ ପ୍ରବେଶ କରିବାକୁ ଥିବା ବେଳେ ଯାତ୍ରାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ମଧ୍ୟ ସାମିଲ ହେବେ। ଯାତ୍ରାରେ ପ୍ରିୟଙ୍କା ପ୍ରଥମ ୩ ଦିନ ଧରି ରହିବେ। ରାହୁଲଙ୍କୁ ୟୁପିରେ ରାକେଶ ଟିକାୟତଙ୍କ ସହଚର୍ଯ୍ୟ ମିଳିଛି। ତେବେ ବାକି ବିରୋଧୀ ଦଳମାନେ କେବଳ ଯାତ୍ରାକୁ ଆଶିର୍ବାଦ କରିଛନ୍ତି।

ୟୁପିରେ ଭାରତ ଯୋଡୋ ଯାତ୍ରା ୧୩୦ କିଲୋମିଟର ଅତିକ୍ରମ କରିବ। ପଶ୍ଚିମ ଉତ୍ତରପ୍ରଦେଶର ୩ଟି ଜିଲ୍ଲା ହୋଇ ଯାତ୍ରା ଗତିକରିବ। ଏହି ଯାତ୍ରାକାଳରେ ଜାଟ୍‌ ଲ୍ୟାଣ୍ଡରେ ଦୀର୍ଘ ଦଶନ୍ଧୀରୁ ଶୁସ୍ତିଆ ପଡିଆଯାଇଥିବା କଂଗ୍ରେସରେ ଜୀବନ ଫୁଙ୍କିବେ ରାହୁଲ ଗାନ୍ଧି।ରାହୁଲ ତାଙ୍କ ୩ ଦିନର ଯାତ୍ରା କାଳରେ ୩ ଲୋକସଭା ଓ ୧୧ ବିଧାନସଭା ଆସନ କ୍ଷେତ୍ର ଦେଇଯିବେ। ପଦଯାତ୍ରା ଗାଜିୟାବାଦ, ବାଗପତ ଓ ଶାମଲୀ ଜିଲ୍ଲାର ୧୧ଟି ବିଧାନସଭା ନିର୍ବାଚନ ମଣ୍ଡଳି ଦେଇ ଅତିକ୍ରମ କରିବ।

{"id":728530,"width":841,"height":631,"sizeSlug":"full","linkDestination":"none"}

ଭାରତ ଯୋଡୋ ଯାତ୍ରା ପଶ୍ଚିମ ୟୁପିର ୩ ଜିଲ୍ଲା ଦେଇଯିବ। ତେବେ ପାର୍ଟି ସାରା ରାଜ୍ୟରୁ ଲୋକଙ୍କୁ ଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରିତ କରିଛି। କଂଗ୍ରେସ ପାର୍ଟି ନେତା, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଆମନ୍ତ୍ରିତ କରିବା ସହ ମୁଖ୍ଯ ବିରୋଧୀ ଦଳଙ୍କ ନେତା ଓ ଛୋଟ ଛୋଟ ଦଳର ପ୍ରତିନିଧିଙ୍କୁ ମଧ୍ୟ ଯାତ୍ରାକୁ ଆମନ୍ତ୍ରିତ କରାଯାଇଛି। ତେବେ ବିରୋଧୀ ଦଳ କଂଗ୍ରସକୁ ଏଥିରେ ସାଥ ଦେଉନଥିବା ଦେଖାଯାଉଛି।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତ ଯୋଡୋ ଯାତ୍ରା ଲାଗି ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ବାବଦେ ସେ ରାହୁଲଙ୍କୁ ଏକ ପତ୍ର ଲେଖିଛନ୍ତି। ଯେଉଁଥିରେ ଯାତ୍ରାର ଉଦ୍ଦେଶ୍ୟ ସଫଳ ହେଉ ବୋଲି ଶେ ଆଶା ବ୍ୟକ୍ତ କରିଛନ୍ତି। ସେହିପରି ବହୁଜନ ସମାଜପାର୍ଟି ନେତ୍ରୀ ମାୟାବତୀ ମଧ୍ୟ ରାହୁଲଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ଯାତ୍ରାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଥିବା ଓ ଏଥି ଲାଗି ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ରାଷ୍ଟ୍ରୀୟ ଲୋକ ଦଳ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ବ୍ୟସ୍ତତାର କାରଣ ଦର୍ଶାଇ ଯାତ୍ରାକୁ ନିଜକୁ ଦୂରେଇ ନେଇଛନ୍ତି। ସେହିପରି ଓମ ପ୍ରକାଶ ରାଜଭର ମଧ୍ୟ ଯାତ୍ରାରେ ଯୋଗ ଦେବା ନେଇ ସ୍ପଷ୍ଟ କଛି କହିନାହାନ୍ତି।

{"id":728531,"sizeSlug":"full","linkDestination":"none"}

ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବା ପାଇଁ ସାମାଜିକ ସଙ୍ଗଠନ ଓ କୃଷକ ସଙ୍ଗଠନକୁ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠାଯାଇଥିଲା। କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ୟୁପି ପ୍ରଭାରୀ ପ୍ରଦୀପ ନରୱାଲ ଭାରତ ଯୋଡୋ ଯାତ୍ରାକୁ ସମାଜର ସବୁ ବର୍ଗର ସମର୍ଥନ ମିଳୁଥିବା କହିଛନ୍ତି। ଏଥିରେ କୃଷକ ନେତା ରାକେଶ ଟିକାୟତ ଯାତ୍ରାକୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି। ଏହା ଛଡା କୃଷକ ୟୁନିୟନ ମଧ୍ୟ ଯାତ୍ରାକୁ ସମର୍ଥନ କରୁଛି। ଏଣୁ ଜାଟ୍ ଲ୍ୟାଣ୍ଡ ଓ କୃଷକ ବେଲ୍ଟରେ ରାକେସ ଟିକାୟତ ସାଙ୍ଗରେ ଆସୁଥିବାରୁ କଂଗ୍ରେସର ମନବଳ ଦୃଢ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.