ରେଳ ଷ୍ଟେସନରେ ଅଘଟଣ- ଓଭର ବ୍ରିଜ୍ର ସେଡ୍ ଖସି ୬ ଆହତ
13/02/2020 at 11:56 AM

ଭୋପାଳ ୧୩।୦୨ – ଭୋପାଳ ରେଳ ଷ୍ଟେସନରେ ଏକ ଅଘଟଣରେ ୫ ଜଣ ଆହତ ହୋଇଛନ୍ତି । ରେଳ ଷ୍ଟେସନରେ ଥିବା ଏକ ରାମ୍ପର ଛାତ ହଠାତ୍ ଖସି ପଡିଥିଲା । ଏହି ସମୟରେ ରେଳଷ୍ଟେସନରେ ବହୁତ ଯାତ୍ରୀ ରହିଥିଲେ । ସେଡ୍ ଖସିବାରୁ ସେଠାରେ ଭୟର ବାତାବରଣ ଦେଖା ଦେଇଥିଲା । ସେଡ୍ ଖସି ପଡିବାରୁ ୬ ଜଣ ଆହତ ହୋଇଛନ୍ତି ।

ଏହି ଅଘଟଣ ପରେ ରେଳ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚିଛନ୍ତି । ଗୁରୁବାର ସକାଳେ ଏହି ଅଘଟଣ ହୋଇଥିଲା । ପ୍ଲାଟଫର୍ମ ନମ୍ବର ୩ରେ ଥିବା ଓଭର ବ୍ରିଜ୍ର ଛାତ ଖସିପଡିଥିଲା । ଏହାପରେ ସେଠାରେ ଯାତ୍ରାମାନେ ଏଣେ ତେଣେ ଦୌଡିଥିଲେ ।
ଗତ ବର୍ଷ ମୁମ୍ବାଇ ସିଏସ୍ଟି ନିକଟରେ ରେଳ ଓଭରବ୍ରିଜ୍ ଖସିପଡି ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ରେଳ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ସୁରକ୍ଷା ଓ ଆଧୁନିକିକରଣକୁ ନେଇ ବିଭିନ୍ନ ଦାବି କରାଯାଉଛି ।
ମାତ୍ର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏପରି ଅଘଟଣା ରେଳ ବିଭାଗର ଅଧିକାରୀଙ୍କ ଦାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।