ଜାଠ ନେତା ଭୂପେନ୍ଦ୍ର ଚୌଧୁରୀ ଉତ୍ତର ପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ, ପଶ୍ଚିମ ୟୁପିରେ ଦଳର ସଫଳତା ପାଇଁ ମିଳିଲା ପୁରସ୍କାର

Published By : Prameya-News7 Bureau | August 25, 2022 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଜେପିର ଅଧ୍ୟକ୍ଷ କିଏ ହେବ ସେନେଇ ଜାରି ଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ୟୁପି ପାଇଁ ଦଳର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ବିଜେପି ଅଧ୍ୟକ୍ଷ ପାଇଁ ଜାଠ ନେତା ଭୂପେନ୍ଦ୍ର ଚୌଧୁରୀ ବାଜି ମାରି ନେଇଛନ୍ତି । ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଜାଠ ସମୁଦାୟ ମଧ୍ୟରେ ତାଙ୍କ ମଜବୁତ ଉପସ୍ଥତି ଯୋଗୁଁ ତାଙ୍କୁ ଏହି ପୁରସ୍କାର ମିଳିଥିବା ଚର୍ଚ୍ଚା ହେଉଛି । ଭୂପେନ୍ଦ୍ର ସିଂ ଚୌଧୁରୀଙ୍କ ରଣନୀତି ଏବଂ ଦକ୍ଷତା ଯୋଗୁଁ କୃଷକ ଆନ୍ଦୋଳନ ସତ୍ତ୍ୱେ ପଶ୍ଚିମ ଉତ୍ତର ପ୍ରଦେଶରେ ଦଳ ପ୍ରଚଣ୍ଡ ବିଜୟ ହାସଲ କରିଥିଲା।

wp:html /wp:html

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପରେ ଭୂପେନ୍ଦ୍ର ଚୌଧୁରୀ ଦ୍ୱିତୀୟ ଥର ମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ ସେ ସଂଗଠନ ପାଇଁ ଦୀର୍ଘ ବର୍ଷ ଧରି କାମ କରି ଆସିଛନ୍ତି । କ୍ଷେତ୍ରୀୟ ଅଧ୍ୟକ୍ଷ ଭାବେ ସେ ସଂଗଠନ ପାଇଁ କାମ କରିସାରିଛନ୍ତି । ତେବେ ଭୂପେନ୍ଦ୍ର ଚୌଧୁରୀ ନୂଆ ପ୍ରଦେଶ ଅଧ୍ୟକ୍ଷ ହେବା ଚର୍ଚ୍ଚା ବୁଧବାରଠୁ ଜୋର ଧରିଥିଲା, ଯେତେବେଳେ ସେ ହଠାତ ଆଜମଗଡରେ ନିଜର କାର୍ଯ୍ୟାଳୟ ଛାଡି ଲକ୍ଷ୍ନୌ ଗସ୍ତ କରିଥିଲେ।

ପଶ୍ଚିମ ଉତ୍ତର ପ୍ରଦେଶର ମୁରାଦାବାଦକ କାଣ୍ଠ ବିଧାନସଭା ଆସନ ଜାଠ ଲ୍ୟାଣ୍ଡ ଭାବେ ପରିଚିତ । ଭୂପେନ୍ଦ୍ର ଯାଦବ ଏହି ଜାଠ ବହୁଳ ଅଞ୍ଚଳରୁ ଆସନ୍ତି । ଯୋଗୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଭୂପେନ୍ଦ୍ର ଚୌଧୁରୀ ପଞ୍ଚାୟତ ରାଜ ମନ୍ତ୍ରୀ ହୋଇଥିଲେ ।

ଭୂପେନ୍ଦ୍ର ଚୌଧୁରୀ ୧୯୯୯ ମସିହାରେ ସମାଜବାଦୀ ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢିଥିଲେ । ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ବି ବିଜେପି ଭୂପେନ୍ଦ୍ର ଚୌଧୁରୀଙ୍କ ଉପରେ ଭରଷା ରଖିଥିଲା । ଏବେ ଭୂପେନ୍ଦ୍ରଙ୍କୁ ଏହାର ପୁରସ୍କାର ମିଳିଥିବା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.