ଅଗଷ୍ଟ ୨ରୁ ‘ଭୁଲ ଭୁଲୈୟା-୩’ର ସୁଟିଂ, ଖୁବ୍ ଶୀଘ୍ର ଆସିବ ଟିଜର

Published By : Prameya-News7 Bureau | August 01, 2024 IST

ମୁମ୍ଵାଇ ୦୧।୦୮: ‘ଭୁଲ୍‌ ଭୁଲୈୟା’(୨୦୦୭) ଓ ‘ଭୁଲ ଭୁଲୈୟା-୨’(୨୦୨୨)ର ସଫଳତା ପରେ ପାର୍ଟ-୩କୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସିନେପ୍ରେମୀ । ଖୁବ୍‌ଶୀଘ୍ର ‘ଭୁଲ୍‌  ଭୁଲୈୟା-୩’ର ସୁଟିଂ ଶେଷ ହେବ ବୋଲି ନିର୍ମାତା କହିଛନ୍ତି । ଅନୀସ ବଜ୍‌ମୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲନ, ମାଧୁରୀ ଦୀକ୍ଷିତ ଓ ତୃପ୍ତି ଡିମ୍ରି   ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀପାବଳୀରେ ଫିଲ୍ମ ରିଲିଜ୍‌ କରିବାକୁ ନିର୍ମାତା  ଯୋଜନା କରୁଛନ୍ତି । 

ଆସନ୍ତା କାଲି ଅର୍ଥାତ୍‌ ୨ ତାରିଖରେ ଫିଲ୍ମର ସୁଟିଂ ଶେଷ ହେବ । ଗତ ମାର୍ଚ୍ଚ ମାସରେ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଓହ୍ଲାଇଥିଲା । ବିଭିନ୍ନ ସ୍ଥାନ ଓ ଷ୍ଟୁଡିଓରେ ଏହାର ସୁଟିଂ କରାଯାଇଥିଲା । ଆସନ୍ତା କାଲି  ଫିଲ୍ମର ୭୫ ଦିନର ସୁଟିଂ ଶେଷ ହେବ । ଦର୍ଶକଙ୍କୁ ଟିଜର୍‌ ଭେଟି ଦେବାକୁ ଫିଲ୍ମ ଟିମ୍‌ ଏବେ ପ୍ରସ୍ତୁତି ଚଳାଇଛି ।  ଚଳିତ ମାସ ମଧ୍ୟ  ଭାଗରେ ଟିଜର୍‌ ରିଲିଜ୍‌ ଯୋଜନା ରହିଛି । ଏହା ପୂର୍ବରୁ କାର୍ତ୍ତିକ  କହିଥିଲେ, ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ଦିୱାଲୀ ପ୍ୟାକେଜ୍‌ ହେବ । 

ଏହାର ୨ୟ ଭାଗ ପାରିବାରିକ ମନୋରଞ୍ଜନ ଧର୍ମୀ ଥିଲା । ଦର୍ଶକ ଫିଲ୍ମକୁ ଯେମିତି ଭଲପାଇବା ଦେଇଥିଲେ, ୩ୟ  ଭାଗକୁ ମଧ୍ୟ ଠିକ୍‌ ସେମିତି ଭଲପାଇବେ ବୋଲି ସେ  ଆଶା କରୁଛନ୍ତି । ‘ଭୁଲ୍‌ ଭୁଲୈୟା-୩’ର ସୁଟିଂ ଶେଷ  କରି କାର୍ତ୍ତିକ ‘ପତି ପତ୍ନୀ ଔର ୱ’ର ସିକ୍ୱେଲ ପାଇଁ ସୁଟିଂ ଆରମ୍ଭ କରିବେ । ତାଙ୍କ ଅଭିନୀତ  ‘ଚନ୍ଦୁ ଚାମ୍ପିଅନ୍‌’ ନିକଟରେ ମୁକ୍ତିଲାଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.