Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ରୋମାଞ୍ଚରେ ଭରପୂର ‘ଭୋଲା’ର ଟ୍ରେଲର ରିଲିଜ୍‌, ଏହି ଦିନ ଥିଏଟରରେ କରିବ ଧମାଲ

6/03/2023 at 2:36 PM

ମୁମ୍ଵାଇ ୦୬।୦୩: ବଲିଉଡର ସିଙ୍ଘମ ଷ୍ଟାର ଅଜୟ ଦେବଗନ । ତାଙ୍କ ଅଭିନୟ ଓ ଦମ୍‌ଦାର ଆକ୍ସନ ଦର୍ଶକକୁ ମତୁଆଲା କରେ। ଆଗାମୀ ସମୟରେ ଅଜୟ ଫିଲ୍ମ ‘ଭୋଲା’ରେ ଦେଖିବାକୁ ମିଳିବ। ୬ ମାର୍ଚ୍ଚ ଅର୍ଥାତ୍‌ ସୋମବାର ଦିନ ଫିଲ୍ମ ‘ଭୋଲା’ର ଟ୍ରେଲର 3D ରେ ମୁକ୍ତିଲାଭ କରିଛି। ଯାହା ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ବଢାଇ ଦେଇଛି । ଦର୍ଶକଙ୍କ ଭିତରେ ଆଗ୍ରହ ବଢିଛି। ଅଜୟଙ୍କ ବ୍ୟତୀତ ବି-ଟାଉନର ସୁନ୍ଦରୀ ତବୁ ମୁଖ୍ୟ ଭୂମିକାରେ ଅଛନ୍ତି।

ରବିବାର ଦିନ ଅଜୟ ଦେବଗନ ସୋସିଆଲ ମିଡିଆରେ ‘ଭୋଲା’ର ଟ୍ରେଲର ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ଏହାକୁ ଆଧାର କରି ବର୍ତ୍ତମାନ ଫିଲ୍ମ ‘ଭୋଲା’ର ଟ୍ରେଲର ସାମ୍ନାକୁ ଆସିଛି। ଏହି ଚମତ୍କାର ଟ୍ରେଲରରେ ଆପଣ ଦେଖିପାରିବେ ଯେ ଅଜୟ ଖରାପ ଜିନିଷକୁ ଭ୍ରଷ୍ଟ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ଅଜୟ ମଧ୍ୟ କପାଳରେ ପାଉଁଶ ଲଗାଇ ଶତ୍ରୁମାନଙ୍କୁ ଏକ ଉଚିତ୍‌ ଶିକ୍ଷା ଦେଉଛନ୍ତି। ‘ଭୋଲା’ ଏକ ବାପ-ଝିଅ ସମ୍ପର୍କର ଏକ ଅଦ୍ଭୁତ କାହାଣୀ।

‘ଭୋଲା’ରେ ବଲିଉଡ ଅଭିନେତ୍ରୀ ତବୁ ପୁଣିଥରେ ପୋଲିସ୍ ଭୂମିକାରେ ନିଜର ସୁନ୍ଦର ପ୍ରଦର୍ଶନ କରୁଥିବା ନଜର ଆସିବେ। ଏଥିରୁ ଜଣାପଡୁଛି କି ଅଜୟ ଦେବଗନଙ୍କ ଭୋଲା ହେଉଛି ଦକ୍ଷିଣ ସୁପରଷ୍ଟାର କାର୍ତ୍ତିଙ୍କ ସୁପରହିଟ୍ ଫିଲ୍ମ ‘କୈଥୀ’ର ଅଫିସିଆଲ୍ ରିମେକ୍। ‘ତେବେ ଏହି ଫିଲ୍ମ ଚଳିତ ମାସ ଅର୍ଥାତ୍‌ ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବ । ଅଜୟ ଦେବଗନ୍ ଅଭିନୟ କରିବା ସହ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

   Related Posts