ବିବାହ ବନ୍ଧନରେ ବାନ୍ଧିହେଲେ ଭୋଜପୁରୀ ସୁପରଷ୍ଟାର ରିତେଶ ପାଣ୍ଡେ, ଜାଣନ୍ତୁ କିଏ ତାଙ୍କ ଜୀବନ ସାଥୀ

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬/୦୫: ଭୋଜପୁରୀ ଫିଲ୍ମର ହିଟ୍ ମେସିନ୍ କୁହାଯାଉଥିବା ରିତେଶ ପାଣ୍ଡେ ବିବାହ କରିଛନ୍ତି । ରିତେଶ ତାଙ୍କ ଫିଆନ୍ସି ବୈଶାଳୀ ପାଣ୍ଡେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି । ଫଟୋରେ ରିତେଶ ଏବଂ ବୈଶାଳୀ କ୍ୟାମେରାକୁ ଦେଖି ପୋଜ୍ ଦେଇଛନ୍ତି। ବୈଶାଳୀ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି | ଏହା ସହ ସେ ଭାରି ଅଳଙ୍କାର ପିନ୍ଧିଛନ୍ତି। ସେହିପରି ରିତେଶ ମଧ୍ୟ ଏକ କ୍ରିମ ରଙ୍ଗର ଶେରୱାନି ଏବଂ ନାଲି ପଗଡି ପିନ୍ଧିଛନ୍ତି।

{"width":683,"height":384}

ଅନ୍ୟ ଏକ ଫଟୋରେ ବୈଶାଳୀ ରିତେଶଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି। ଫଟୋ ସହିତ ରିତେଶ ଲେଖିଛନ୍ତି ଯେ ‘ଗୃହସ୍ଥ ଆଶ୍ରମରେ ପ୍ରବେଶ। ଆପଣ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛୁ। ଲକଡାଉନ କାରଣରୁ ବିବାହରେ କେବଳ ନିକଟତର ଲୋକମାନେ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ଦୁହେଁ ୧୪ ମେଁରେ ବିବାହ କରିଥିଲେ ଏହି ଦିନ ରିତେଶଙ୍କ ଜନ୍ମଦିନ ମଧ୍ୟ ଥିଲା ।

wp:html
/wp:html

ରିତେଶ ପାଣ୍ଡେଙ୍କ ଏହି ପୋଷ୍ଟରେ ଭୋଜପୁରୀ ସିନେମାର ଅନେକ ଷ୍ଟାର ତାଙ୍କୁ ବିବାହର ଶୁଭକାମନା ଦେଇଛନ୍ତି। ଆମ୍ରପାଲି ଲେଖିଛନ୍ତି - ଅଭିନନ୍ଦନ। ରାନୀ ଚାଟାର୍ଜୀ ଲେଖିଛନ୍ତି - ଅଭିନନ୍ଦନ, ବହୁତ ସୁନ୍ଦର ଯୋଡି, ଖୁସି ରୁହ ଏବଂ ଲକଡାଉନ୍ ପରେ ଏକ ପାର୍ଟୀ ଦେବ।

ରିତେଶଙ୍କ ପତ୍ନୀ ବୈଶାଳୀ ପାଣ୍ଡେ ଗାଜିପୁରର। ସେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୁହେଁ କିଛି ଦିନ ପୂର୍ବରୁ ନିର୍ବନ୍ଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.