ଭୋଜପୁରୀ ଗାୟକ ବିନୟ ଶର୍ମା ଗିରଫ୍, ଦିଲ୍ଲୀ ପୋଲିସ୍ ଜବତ କଲା ୨୧ କିଲୋର ଗଞ୍ଜେଇ

Published By : Prameya-News7 Bureau | August 13, 2022 IST

ମୁମ୍ବାଇ ୧୩।୦୮: ପଶ୍ଚିମ ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଏହି ବ୍ୟକ୍ତି ଜଣକ ବିନୟ ଶର୍ମା, ଯିଏକି ଭୋଜପୁରୀ ଗାୟକ । ସେ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଗୀତ ଗାଇଛନ୍ତି।ପୋଲିସର ସୂଚନାନୁସାରେ, ନାର୍କୋଟିକ୍ସ ସେଲ୍ ଏହାର ସୂଚନାକାରୀଙ୍କଠାରୁ ଏହି ଖବର ପାଇଥିଲା।

ଏହା ପରେ ସବ୍-ଇନ୍ସପେକ୍ଟର , ଏଏସଆଇ ନାର୍କୋଟିକ୍ସ ଟିମ୍‌ ଇନ୍ଦରପୁରୀର ଟୋପାପୁରରେ ପହଞ୍ଚି ଡ୍ରଗ୍ସ ବେପାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଯେଉଁଥିରେ ବିନୟ ଶର୍ମା ଫସିଯାଇଥିଲେ । ଘଟଣାସ୍ଥଳରେ ପୋଲିସ୍‌ ଗିରଫ କରିଥିଲା । ପୋଲିସ ଷ୍ଟେସନରେ ଏନଡିପିଏସ ଆକ୍ଟ ଅନୁଯାୟୀ ଏନେଇ ଏକ ମାମଲା ରୁଜୁ ହୋଇଛି। ଭୋଜପୁରୀ ଗାୟକଙ୍କ ନିକଟରୁ ଏତେ ପରିମାଣର ଗଞ୍ଜେଇ ସାମଗ୍ରୀ କେଉଁଠୁ ଆସିଛି। ନା କିଏ ଦେଇଛି । ତାହାର ଅନୁସନ୍ଧାନ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.