Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲାଇଭ ଶୋ’ରେ ଭୋଜପୁରୀ ଗାୟିକାଙ୍କୁ ବାଜିଲା ଗୁଳି, ମାମଲାର ଯାଞ୍ଚ କରୁଛି ପୋଲିସ୍‌

1/06/2023 at 8:46 PM

ନୂଆଦିଲ୍ଲୀ, ୦୧/୦୬: ଲାଇଭ ଶୋ’ରେ ଗାୟିକାଙ୍କୁ ବାଜିଲା ଗୁଳି। ଲୋକପ୍ରିୟ ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କୁ ଦେହରେ ବାଜିଛି ଗୁଳି। ଏକ କାର୍ଯ୍ୟକ୍ରରେ ଗୀତ ଗାଉଥିବା ସମୟରେ ହିଁ ତାଙ୍କ ଦେହରେ ଗୁଳି ବାଜିଛି। ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗାୟିକା ସାରଣ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ। ଯେଉଁଠାରେ ଷ୍ଟେଜ୍‌ରେ ଗୀତ ଗାଉଥିବା ସମୟରେ ତାଙ୍କ ସହ ଏଭଳି ଘଟିଛି। କାର୍ଯ୍ୟକ୍ରମ ସମୟରେ ଗାଁର ଜଣେ ଯୁବକ ଫାଙ୍କା ଗୁଳି ଚାଳନା କରିଥିଲେ। ଆଉ ଏହାରି ମଧ୍ୟରେ ଗୁଳି ଗାୟିକାଙ୍କ ବାମ ଗୋଡ଼ରେ ବାଜିଥିଲା।

ଆହୁରି ପଢ଼ନ୍ତୁ: ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ମହିଳା,ଟ୍ରେନ୍‌ରେ ଚଢିବା ବେଳେ ଖସି ଯାଇଥିଲା ମହିଳାଙ୍କ ଗୋଡ

ତେବେ ଘଟଣା ପରେ ନିଶାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଛି। ବର୍ତ୍ତମାନ ପୋଲିସ୍‌ ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛି। ସୂଚନାଥାଉକି, ନିଶା ନିଜ ଗୀତକୁ ନେଇ ଖୁବ୍ ଲୋକପ୍ରିୟ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ୧ କୋଟିରୁ ଅଧିକ ଫଲୋଅର ଅଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ, ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍

   Related Posts