ଏହି ରୋଗର ଶିକାର ହୋଇଛନ୍ତି ଭୋଜପୁରୀ ଅଭିନେତ୍ରୀ କାଜଲ ରାଘୱାନୀ, ସୋସିଆଲ ମିଡିଆରେ ସେୟାର କଲେ ଏମିତି କଥା

Published By : Prameya-News7 Bureau | September 11, 2019 IST

ମୁମ୍ବାଇ୧୧|୯: ଭୋଜପୁରୀ ଇଣ୍ଡଷ୍ଟ୍ରିର ନାମି ଦାମୀ ଅଭିନେତ୍ରୀ କାଜଲ ରାଘୱାନୀଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଅଭିନେତ୍ରୀ କାଜଲ ନିଜେ ତାଙ୍କ ରୋଗ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କାଜଲ ଟୁଇଟ୍‌ କରି କହିଛନ୍ତି ଯେ, ସେ ପୋଲିସିଷ୍ଟିକ୍‌ ଓଭେରିୟାନ ଡିଜିଜ୍‌ (Polycystic Ovarian Syndrome, PCOD) ନାମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କ ଓଜନ ଲଗାତାର ଭାବେ ବଢିଚାଲିଛି।

{"id":156105,"width":601,"height":420}

ଭୋଜପୁରୀ ସିନେମାରେ କାଜଲଙ୍କ ଫେମ୍‌ ତାଙ୍କ ଫିଟ୍‌ନେସ ପାଇଁ ରହିଛି। କାଜଲ ଅଧିକାଂଶ ସମୟ ଜିମ୍‌ରେ କସରତ କରନ୍ତି। ହେଲେ ତାଙ୍କର ଏହି ଟୁଇଟ ପରେ ଅନେକ ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। କିଛି ଫ୍ୟାନ୍ସ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ। କାଜଲ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, “ଆଇ ଏମ୍‌ ନଟ ଓଭରି ରିଆକ୍ଟିଂ। ଗତ ଦେଢ ବର୍ଷରୁ ସେ ଏହି ରୋଗରେ ପିଡୀତ।ରୋଗର ସବୁ ଲକ୍ଷଣ ତାଙ୍କ ଠାରେ ଦେଖାଯାଇଛି। ଏଥିରେ ଲୁଚାଇବା ଓ ଲାଜ କରିବା ଭଳି କୌଣସି ଜିନିଷ ନାହିଁ। ଏହା ସହ କାଜଲ ଇନ୍‌ଷ୍ଟାରେ ଗୋଟେ ଫଟୋ ପୋଷ୍ଟ କରିଛନ୍ତି। ଫୋଟରେ ଏହି ରୋଗର ବିଭିନ୍ନ ଲକ୍ଷଣ ଲେଖା ଯାଇଛି।

{"id":156106}

PCOD ଏକ ଓଭାରୀ ସମ୍ବନ୍ଧୀୟ ରୋଗ। ଏହା ଦ୍ବାରା ମହିଳାମାନଙ୍କ ଶରୀରରେ ଫିମେଲ ହର୍ମୋନ୍‌ ବଦଳରେ ମେଲ ହର୍ମୋନ୍‌ର ସ୍ତର ବଢିବାକୁ ଲାଗେ। PCODରେ ଆକ୍ରାନ୍ତ ହେଲେ ଓଭାରୀରେ ଅନେକ ସିଷ୍ଟ ବଢିଥାଏ। ଝିଅଙ୍କ କ୍ଷେତ୍ରରେ େହି ରୋଗର ଆଶଂକା ଅଧିକ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.