ନୂଆଦିଲ୍ଲୀ ୨୭।୦୨: ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ଜଣ ଲୋକପ୍ରିୟ ଭୋଜପୁରୀ କଳାକାରଙ୍କ ମୃତ୍ୟୁ ଘଟିଛି। ସୋମବାର ବିହାରର କୈମୁରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ସିନେମାର ଚାରିଜଣ କଳାକାର ମଧ୍ୟ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ସୋମବାର ସକାଳେ ମୃତକଙ୍କ ପରିଚୟ ମିଳିଛି। ଏହା ପରେ ପୋଲିସ ଏକ ବିବୃତ୍ତି ଜାରି କରି ମତ୍ୟୁକୁ ନିଶ୍ଚିତ କରିଥିଲା।
ବିହାରର କୈମୁର ଜିଲ୍ଲାରେ ଏକ ଟ୍ରକ, ଏସୟୁଭି ଏବଂ ମୋଟରସାଇକେଲ ପରସ୍ପର ସହ ଧକ୍କା ହୋଇଥିଲା । ଯେଉଁଥିରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ଗାୟକ ଛୋଟୁ ପାଣ୍ଡେ ମଧ୍ୟ ଥିଲେ। ଏହା ବ୍ୟତୀତ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ ଏବଂ ଅନ୍ୟ ଜଣେ କଳାକାର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି ୪ଜଣକ ବ୍ୟତୀତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକମାନେ ହେଲେ ପ୍ରକାଶ ରାମ, ଦଧିବଲ ସିଂ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ରା ଏବଂ ବାଗିଶ ପାଣ୍ଡେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁଇ ଜଣ ମହିଳାଙ୍କ ସମେତ ୮ଜଣଙ୍କୁ ନେଇ ଯାଉଥିବା ଏକ ଏସୟୁଭି ପ୍ରଥମେ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଏହା ପରେ ଉଭୟ ଏସୟୁଭି ଏବଂ ବାଇକ୍ ରାସ୍ତାର ଅନ୍ୟ ପାର୍ଶ୍ବକୁ ଚାଲିଯାଇଥିଲେ। ଯେଉଁଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ମୋଟରସାଇକେଲ ଡ୍ରାଇଭର ସମେତ ସମସ୍ତ ନଅ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ଜଣାପଡ଼ିଛି।
wp:embed {"url":"https://www.prameyanews7.com/vamika-went-to-the-launch-with-her-father-virat/","type":"wp-embed","providerNameSlug":"prameya-news-7"}