ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା, ହୋଟେଲ୍ରୁ ମିଳିଲା ମୃତ ଦେହ
26/03/2023 at 1:12 PM

Image Courtesy : tv9hindi
ମୁମ୍ଵାଇ ୨୫।୦୩: ମନୋରଞ୍ଜନ ଜଗତ ପାଇଁ ଆଉ ଏକ ଖରାପ ଖବର ଆସିଛି । ତାହା ପୁଣି ଭୋଜପୁରୀ ଇଣ୍ଡଷ୍ଟ୍ରିରୁ । ଅଭିନେତ୍ରୀ ଆକଂକ୍ଷା ଦୁବେ ଉତ୍ତରପ୍ରଦେଶର ବାରାଣାସୀରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ମାତ୍ର ୨୫ ବର୍ଷ ହୋଇଥିଲା । ତାଙ୍କ ମୃତଦେହ ବାରାଣାସୀର ଏକ ହୋଟେଲରୁ ମିଳିଥିଲା। ବର୍ତ୍ତମାନ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତରେ ଛାନ୍ଭିନ୍ ଆରମ୍ଭ କରିଛି।
ଖବର ଅନୁଯାୟୀ, ଆକଂକ୍ଷା ଦୁବେ ୨୧ ଅକ୍ଟୋବର ୧୯୯୭ରେ ଉତ୍ତରପ୍ରଦେଶର ମିର୍ଜାପୁରରେ ଜନ୍ମଗ୍ରହଣ କରିଥିଲେ। ଇନଷ୍ଟାଗ୍ରାମରେ ଆକଂକ୍ଷା ବହୁତ ଆକ୍ଟିଭ୍ ଥିଲେ। ତାଙ୍କର ପ୍ରୋଫାଇଲ୍ ଦେଖି ଜଣା ପଡୁଛି କି ସେ ନୃତ୍ୟକୁ ବହୁତ ଭଲ ପାଉଥିଲେ ।