ପୂଜା ଭୋଜି ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ, ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | September 02, 2022 IST

ନୀଳଗିରି ୦୨/୦୯: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ପୂଜା ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଗଣେଶ ପୂଜା ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କୁ ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।

ଅଭିଭାବକ କହିବା ଅନୁସାରେ ଗଣେଶ ପୂଜାରେ ହୋଇଥିବା ଭୋଜିରେ ପୁରୀ ଓ ତରକାରୀ ଖାଇ ପିଲାମାନଙ୍କୁ ଜ୍ଵର, ବାନ୍ତି ହୋଇଥିଲା । ପରେ ଜ୍ଵର ହେବାରୁ ଆଜି ଜଣକ ପରେ ଜଣେ ଅସୁସ୍ଥ ହେବାରୁ ତାଙ୍କୁ ନୀଳଗିରି ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ବିଷାକ୍ତ ଖାଦ୍ୟଖାଇ ଏଭଳି ହୋଇଥିବା ଅଭିଯୋଗ ଉଠିଥିବା ବେଳେ ଏଭଳି ଅଭିଯୋଗକୁ ପ୍ରଧାନ ଶିକ୍ଷକ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.