Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଭୋଗରାଇ ବିଧାୟକ ଅସୁସ୍ଥ, ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି

14/03/2023 at 12:09 PM

ଭୁବନେଶ୍ୱର ୧୪।୦୩ : ଭୋଗରାଇ ବିଧାୟକ ଅସୁସ୍ଥ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ ।  

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ନିର୍ବାଚନରେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦୀଙ୍କୁ ହରାଇଥିଲେ ଅନନ୍ତ ଦାସ । ୨୦୦୪ ନିର୍ବାଚନରୁ ଲଗାତର ଭାବେ ଅନନ୍ତ ଦାସ ଏହି ଆସନରୁ ଜିତି ଆସୁଛନ୍ତି । ବିଜେଡିର ଜଣେ ପୁରୁଖା ନେତା ଭାବେ ବେଶ୍‌ ଜଣାଶୁଣା ଅନନ୍ତ ଦାସ । ପୂର୍ବରୁ ନବୀନ ପଟ୍ଟାନୟକଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି ।

୨୦୧୯ ନିର୍ବାଚନରେ ମୋଟ ୭୯୭୯୬ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ । ନିର୍ବାଚନରେ ମୋଟ ୪୬.୭୯ ପ୍ରତିଶତ ଭୋଟ ପାଇଥିଲେ ଅନନ୍ତ । ସେହିପରି ଅନନ୍ତଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସତ୍ୟ ଶିବ ଦାସ ୫୯୯୨୧ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଥିବା ବେଳେ ବିଜେପିର ଅଂଶୁମାନ୍ ମହାନ୍ତି ୨୫୪୭୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

   Related Posts