କେତେ ଭୟଙ୍କର ହତ୍ୟାକାରୀ : ପିଲାଙ୍କ ସହ ଖେଳିଲା ଓ ଜଣକ ପରେ ଜଣଙ୍କୁ ମାରିଲା,ପ୍ରଥମେ ଭାଉଜ ଏବଂ ଶେଷରେ ଭାଇଙ୍କୁ ହତ୍ୟା

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪/୨: ନୂଆଦିଲ୍ଲୀର ଭଜନପୁରା ଅଞ୍ଚଳରେ ଗୋଟିଏ ପରିବାରର ୫ଜଣଙ୍କ ହତ୍ୟାକାଣ୍ଡର ପର୍ଦ୍ଦା ଫାଶ କରିଛି ପୋଲିସ୍। ପୋଲିସର କହିବା ଅନୁସାରେ ୩୦ହଜାର ଟଙ୍କା ନ ସୁଝି ପାରିବା ଯୋଗୁଁ ମୃତକଙ୍କ ପିଉସୀ ପୁଅ ଭାଇ ଏହି ହତ୍ୟା କାଣ୍ଡ ଭିଆଇଥିଲା। ଘରକୁ ଜଣକୁ ଜଣ ଆସିଥିଲେ ଏବଂ ଅଭିଯୁକ୍ତ ଗୋଟିଏ ପରେ ଗୋଟିଏ କରି ୫ଜଣଙ୍କୁ ମାରିଥିଲା। ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ସାରିଛି। ଘଟଣାଟି ଘଟିଥିଲା ଫେବୃୟାରୀ ୩ତାରିଖରେ। ଦୁର୍ଗନ୍ଧ ହେବାରୁ ତାଙ୍କ ପଡ଼ୋଶୀମାନେ ଫେବୃୟାରୀ ୧୨ତାରିଖରେ ପୋଲିସକୁ ଅଭିଯୋଗ କରିବାରୁ ଘଟଣା ବିଷୟରେ ଜଣା ପଡ଼ିଥିଲା।

{"id":224280,"width":592,"height":521,"sizeSlug":"large"}

ସୂଚନା ଅନୁସାରେ, ଅଭିଯୁକ୍ତର ନାଁ ପ୍ରଭୁ(୨୬)। ଶମ୍ଭୁନାଥଙ୍କ କଲ୍ ଡିଟେଲରୁ ଜଣା ପଡ଼ିଥିଲା ଯେ ଘଟଣା ଦିନ ସେ ପ୍ରଭୁ ସହ କଥା ହୋଇଥିଲେ। ସିସିଟିଭି ଫୁଟେଜରେ ମଧ୍ୟ ପ୍ରଭୁକୁ ତାଙ୍କ ଘର ଆଡ଼କୁ ଯିବାର ଦେଖାଯାଇଥିଲା। ସେଦିନ ଅଧିକାଂଶ ସମୟ ପ୍ରଭୁର ଫୋନ୍ ଲୋକେସନ ଘଟଣାସ୍ଥଳ ଆଖପାଖରେ ଥିବାର ସୂଚନା ମିଳିଥିଲା। ଏସବୁ ଯୋଗୁଁ ପୋଲିସ୍ର ସନ୍ଦେହ ହୋଇଥିଲା। ପଚରାଉଚୁରାବେଳେ ସେ ହିଁ ଶମ୍ଭୁନାଥ ଚୌଧୁରୀ ଏବଂ ତାଙ୍କ ପତ୍ନୀ ସୁନିତା, ପୁଅ ଶିବମ୍,ସଚିନ୍ ଏବଂ ଝିଅ କୋମଲଙ୍କ ହତ୍ୟା କରିବା କଥା ମାନିଥିଲା।

{"id":224281,"sizeSlug":"large"}

ଅଭିଯୁକ୍ତ ପ୍ରଭୁ ସୁପୌଲ ବିହାରର ବାସିନ୍ଦା ଏବଂ ସେ ଦିଲ୍ଲୀର କୋଚିଙ୍ଗ୍ ଇନଷ୍ଟିଚ୍ୟୁଟରେ ଚାକିରୀ କରେ। ସେ ଶମ୍ଭୁନାଥଙ୍କଠୁ ୩୦ହଜାର ଟଙ୍କା ଧାର ନେଇଥିଲା। ଉଧାର ଫେରାଇବା ପାଇଁ ଶମ୍ଭୁନାଥ ଅଭିଯୁକ୍ତ ଉପରେ ଚାପ ପ୍ରୟୋଗ କରୁଥିଲେ। ଏଥିରେ ବିରକ୍ତ ହୋଇ ପ୍ରଭୁ ଫେବୃୟାରୀ ୩ତାରିଖ ଦ୍ବିପ୍ରହରରେ ଶମ୍ଭୁନାଥଙ୍କୁ କଲ୍ କରି ଲକ୍ଷ୍ମୀନଗର ଡକାଇଥିଲା। କିନ୍ତୁ ପରେ ନିଜେ ଶମ୍ଭୁନାଥଙ୍କ ଘରକୁ ପହଞ୍ଚି ଯାଇଥିଲା।

{"id":224283,"width":589,"height":510,"sizeSlug":"large"}

ଘରେ କେବଳ ଶମ୍ଭୁନାଥଙ୍କ ପତ୍ନୀ ସୁନୀତା ଥିଲେ। ପ୍ରଭୁକୁ ଦେଖି ସୁନୀତା ତାକୁ ଧାର ଟଙ୍କା ମାଗିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଭୁ ଦ୍ବିପ୍ରହର ୩:୩୦ରୁ ୩:୪୫ମଧ୍ୟରେ ସୁନୀତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ତା’ପରେ ତାଙ୍କ ମୁଣ୍ଡରେ ରଡରେ ଆକ୍ରମଣ କରିଥିଲା। ଏହା ପରେ ୪:୪୫ରୁ ୬:୪୫ ମଧ୍ୟରେ ସ୍କୁଲ୍ ଏବଂ ଟ୍ୟୁସନରୁ ଘରକୁ ଫେରିବା ପରେ ୩ଜଣ ପିଲାଙ୍କୁ ହତ୍ୟା କରିଥିଲା। ପ୍ରଥମେ ଝିଅ କୋମଲ ଏବଂ ପରେ ଶିବମ୍ ଏବଂ ସଚିନଙ୍କୁ ଖେଳେଇବା ବାହାନାରେ ହତ୍ୟା କରିଥିଲା।  ରାତିରେ ଶମ୍ଭୁନାଥ ଘରକୁ ଫେରିବା ପରେ ଦୁହେଁ ମଦ ପିଇଥିଲେ। ଏହା ପରେ ରାତି ୧୧ଟାରେ ପ୍ରଭୁ ତାଙ୍କୁ ହତ୍ୟା କରିଥିଲା। ତାଙ୍କ ମୁଣ୍ଡକୁ ମଧ୍ୟ ରଡ଼ରେ ଆକ୍ରମଣ କରି ହତ୍ୟା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.