ପଟ୍ଟାମୁଣ୍ଡାଇ ୦୧।୦୮ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର l ଖୋଲିଲା ବିରଳ ବଉଳା କୁମ୍ଭୀର ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଛି l
କୁମ୍ଭୀର ବସା ଗଣନା ସହ ପ୍ରଜନନ ଋତୁ ଲାଗି ମେ ୧ରୁ ଜୁଲାଇ ୩୧ ଯାଏଁ ବନ୍ଦ ଥିଲା । ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ l ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଜାତୀୟ ଉଦ୍ୟାନଟିକୁ ଖୋଲାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ l ଏଥର ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ପ୍ରାକୃତିକ ସୋନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ୱାଚ୍ ଟାୱାର, ସେଲଫି ଜୋନ ସହ ୬୦୦ ମିଟର ସ୍କାଏ ୱାକ୍ ରାସ୍ତା ନିର୍ମାଣ କରାଯାଇଥିବା ବେଳେ, ବେସରକାରୀ ଏଜେନ୍ସି ମାଧ୍ୟମରେ ପ୍ରଥମ କରି ଚାଲିବ ବିଳାସପୂର୍ଣ୍ଣ ବୋଟ୍ । ଜଙ୍ଗଲର ଶୂନ୍ୟତା ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟରେ ରାତ୍ରୀ ଯାପନ କରିପାରିବେ ଦେଶ ବିଦେଶର ପର୍ଯ୍ୟଟକ । ପ୍ରଥମକରି ଫ୍ଲୋଟିଂ ବୋଟରେ ରାତ୍ରିଯାପନ କରିପାରିବେ ପର୍ଯ୍ୟଟକ l