ପକ୍ଷୀ ଓ କୁମ୍ଭୀର ଗଣନା ଭିତରକନିକା ବନ୍ଦ, ଜଳପଥରେ ଭରପୁର ଆନନ୍ଦ ନେବେ ପର୍ଯ୍ୟଟକ

Published By : Prameya-News7 Bureau | January 05, 2023 IST

ଚାନ୍ଦବାଲି ୦୫/୦୧: ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି ଜଳଯାତ୍ରା କରି ପର୍ଯ୍ୟଟକ ଯାଇଥାନ୍ତି ଭିତରକନିକା । ପ୍ରତିଦିନ ଅନେକ ବୋଟ ଚାନ୍ଦବାଲିରୁ ଭିତରକନିକା ଯାଇଥାଏ । ରାଜ୍ୟରୁ ତଥା ରାଜ୍ୟ ବାହାରୁ ଜାତିୟ ଉଦ୍ୟାନ ଭିତରକନିକା ବୁଲିବାକୁ ଆସୁଛନ୍ତି ପର୍ଯ୍ୟଟକ । ତେବେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣାନା ପାଇଁ ଭିତର କନିକା ବନ୍ଦ ରହିଛି ।

ଡ଼ିସେମ୍ବର ମାସରୁ ଜାନୁଆରୀ ଯାଏ ଚାନ୍ଦବାଲିରୁ ଲାଗିରହିଥାଏ ପର୍ଯ୍ୟଟକଙ୍କ ଗହଳିଚହଳି । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଚାନ୍ଦବାଲରୁ ନଦୀ ପଥଦେଇ ଭିତରକନିକା ବୁଲିବାକୁ ଯାଇଛନ୍ତି । ନଦୀରେ ୧୭ କି.ମି ଜଳଯାତ୍ରl କରି ଭିତରକନିକାର ଭରପୁର ମଜା ନେଇଥାନ୍ତି ପର୍ଯ୍ୟଟକ ।

ବନ ବିଭାଗ ପକ୍ଷରୁ ଜାନୁଆରୀ ୧୪ ତାରିଖ ଯାଏ କୁମ୍ଭୀର ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକ ମାନଙ୍କ ଯାତ୍ରା ପାଇଁ ବନ୍ଦ କରାଯାଇଛି । ୧୪ ତାରିଖ ପରେ ପୁଣି ପର୍ଯ୍ୟଟକ ଚାନ୍ଦବାଲିରୁ ଜଳପଥରେ ଭିତର କନିକା ଯାତ୍ରା କରିପାରିବେ ବୋଲି ବନ ବିଭାଗ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.