ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠୁ ବନ୍ଦ ରହିବ ଭିତରକନିକା

25/12/2019 at 2:49 PM

ପଟ୍ଟାମୁଣ୍ଡାଇ ୨୫।୧୨: କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଭିତରକନିକା । ଭିତରକନିକାରେ କାଲିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ନଦୀ ନାଳ ଭିତରେ କୁମ୍ଭୀରମାନଙ୍କ ଗଣନା କରାଯିବ । ପର୍ଯ୍ୟଟକମାନେ ବୋଟରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀର ମାନଙ୍କ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ପ୍ରତ୍ୟେକ ବର୍ଷ ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ଅନଲାଇନ ବୁକିଂ ମଧ୍ୟ ବ୍ଲକ କରାଯାଏ । ତେବେ ଚଳିତ ବର୍ଷ କୁମ୍ଭୀର ଗଣନାରେ ୧୬ଟି ଟିମ୍ ନିୟୋଜିତ ହେବେ ।  ପ୍ରତି ଟିମ୍ ରେ ୪ରୁ ୫ ଜଣ ଲେଖାଏଁ ସଦସ୍ୟ ରହିବେ । କୁମ୍ଭୀର ବିଶେଷଜ୍ଞ ଡ. ସୁଧାକର କରଙ୍କ ନେତୃତ୍ବରେ ଏହି ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

   Related Posts