ପୁରୀ ସହରରେ ଜମିଜମା ସମସ୍ୟା ସମାଧାନ ଦାବି, ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ଧାରଣା

Published By : Prameya-News7 Bureau | November 02, 2021 IST

ପୁରୀ ୨।୧୧: ପୁରୀ ସହରର ଜମିଜମା ସମସ୍ୟା ସମାଧାନ ପାଇଁ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ଧାରଣା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଉଥିବା ବେଳେ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ମଞ୍ଚର ଶତାଧିକ ସଦସ୍ୟ ପରିଚାଳନା କମିଟି ବୈଠକ ଚାଲିଥିବା ନୀଳାଦ୍ରି ଭକ୍ତ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପୁରୀ ସହର ଓ ଆଖପାଖର ପ୍ରାୟ ୮୦ହଜାର ପରିବାରର ଜମିଜମା ଏବେ ଶ୍ରୀମନ୍ଦିର ମାଲିକାନା ସତ୍ତ୍ବକୁ ଚାଲିଯାଇଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ବଡ ସମସ୍ୟାରେ ପଡିଛନ୍ତି। ମାଲିକାନା ସତ୍ତ୍ବ ଫେରି ପାଇବା ପାଇଁ ରାଜ୍ୟ ସରକାର ୟୁନିଫାୟଡ ପଲିସି କରିଛନ୍ତି। ଏହି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଛି । ଏହାକୁ ବିରୋଧ କରି ଅଧିକାର ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.