ଦାରିଙ୍ଗିବାଡ଼ିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
13/09/2022 at 11:59 PM

ଦାରିଙ୍ଗିବାଡ଼ି ୧୩/୦୯: ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମ ଶିବିରରେ ମୋଟ ୮୬୪ ଜଣ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ଚଳନ ଶକ୍ତି ବାଧିତ ୪୪୦, ଶ୍ରବଣ ଓ ବାକ୍ ଶକ୍ତି ବାଧିତ ୧୨୨, ଦୃଷ୍ଟି ଶକ୍ତି ବାଧିତ ୧୩୭, ମାନସିକ ଅଗ୍ରସର ଓ ସିକଲସେଲ ୧୬୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୨୯ ଜଣଙ୍କୁ ହୁଇଲ ଚେୟାର ଓ ଟ୍ରାଇସାଇକେଲ ଦିଆଯାଇଥିଲା। ଏବିଡ଼ିଓ କୃପାସିନ୍ଧୁ ବେହେରାଙ୍କ ତତ୍ୱାବଧାନରେ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଫୁଲବାଣୀ ବିଏସଏସଓ ପ୍ରମୋଦ କୁମାର ବଡ଼ସେଠ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ବ୍ଲକର ସମସ୍ତ କର୍ମଚାରୀଙ୍କ ସହିତ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନୱାଡି କର୍ମୀ, ପୋଲିସ ଫୋର୍ସ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡାକ୍ତରମାନେ ଭିନ୍ନକ୍ଷମ ଲୋକଙ୍କୁ ଚିହ୍ନଟ କରିଥିଲେ। ଏଥିରେ ନୂତନ ଭତ୍ତା ଆବେଦନ, ଭିନ୍ନକ୍ଷମଙ୍କ ବସ ପାସ ଓ ଅନଲାଇନ ଭିନ୍ନକ୍ଷମ ସାର୍ଟିଫିକେଟ ମଧ୍ୟ ପଞ୍ଜୀକରଣ କରାଯାଇଥିଲା।