ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | December 04, 2023 IST

ବଲାଙ୍ଗୀର ୦୪/୧୨: ମେଡିକାଲ କଲେଜ ଛାତ୍ରଙ୍କ ମୃତ୍ୟୁ । ଭୀମଭୋଇ ମେଡିକାଲର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ । ମୃତ ଛାତ୍ର ଙ୍କ ନାମ ଶ୍ରୀକାନ୍ତ ମହାନନ୍ଦିଆ ବୋଲି ଜଣାପଡିଛି । ତାଙ୍କର ଘର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ । ଭୀମ ଭୋଇ ମେଡିକାଲ ରେ ସେ ଶେଷ ବର୍ଷର ଛାତ୍ର ଥିଲେ ।

ସୋମବାର ସକାଳ ୭ ଟାରେ ପରିବାର ଲୋକଙ୍କୁ ମେଡିକାଲ କଲେଜ୍ ତରଫରୁ ସୂଚନା ଦିଆଯାଇଥିଲା । ତେବେ ଗତକାଲି ମେଡିକାଲ କଲେଜରେ ଶେଷ ବର୍ଷରେ ଛାତ୍ରଛାତ୍ରୀ ମାନେ ପାର୍ଟି କରିଥିଲେ । ପାର୍ଟିରେ ଶ୍ରୀକାନ୍ତ ମଧ୍ୟ ସାମିଲ ହୋଇଥିଲେ । ନାଚ ଗୀତ ଖାଇବା ପିଇବା ହେବା ପରେ ସମସ୍ତେ ସୋଇଥିଲେ ।

ଏହି ସମୟରେ ଶ୍ରୀକାନ୍ତ ଗୁରୁତର ହୋଇଥିବା କୁହାଯାଉଛି । ଉପସ୍ଥିତ ଥିବା ପ୍ରଫେସର ମାନେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ମୁଖ୍ୟ ଡାକ୍ତର ଖାନା କୁ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ମୃତ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ କଲେଜ ଡ଼ିନ କହିଛନ୍ତି ରାତିରେ ବାନ୍ତି ହୋଇଥିଲା ପରେ ଗୁରୁତର ହୋଇଥିଲେ ଓ ତାଙ୍କ ମୃତ୍ୟ ହୋଇଥିଲା ଡାକ୍ତରଖାନା ଆଣି ଚିକିତ୍ସା କରାଇଲେ ହେଲେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।

wp:embed {"url":"https://www.prameyanews7.com/collision-between-truck-and-bus-innh-16-jajpur-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/collision-between-truck-and-bus-innh-16-jajpur-district/
/wp:embed

ତେବେ କିଭଳି ପରିସ୍ଥିତି ରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ତାହା ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ହେବ ବୋଲି କହିଛନ୍ତି କଲେଜ ଡିନ ସେପଟେ ବଲାଙ୍ଗୀର ଏସ୍‌ଡିପିଓ ଘଟଣା ର ତଦନ୍ତ କରୁଥିବା ବେଳେ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ସହପାଠୀଙ୍କୁ ପଚରା ଉଚୁରା କରାଯିବ ବୋଲି ଦେଇଛନ୍ତି ମତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.