ଭୀମ ଆର୍ମିର ଭାରତ ବନ୍ଦ ଡାକରା : ନିଯୁକ୍ତି ଓ ପଦୋନ୍ନତିରେ ଆରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ, ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ସହ ଗାଡି ଚଳାଚଳ ଠପ୍

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୦୨:  ଆଜି ସାରା ଭାରତ ବନ୍ଦ ଡାକରା ଦେଇଛନ୍ତି  ଭୀମ ଆର୍ମୀ । ଆରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶର  ବିରୋଧକରି  ଭୀମ ଆର୍ମୀ ନେତା ଏହି ବନ୍ଦ ଡାକରା ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ନିକଟରେ ଏକ ମାମାଲାରେ  ପଦୋନ୍ନତିରେ ଆରକ୍ଷଣ ପ୍ରସଙ୍ଗରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କିନ୍ତୁ ଭୀମ ଆର୍ମୀ ଏହାକୁ ବିରୋଧ କରୁଛି ।ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରତିବାଦରେ ଗତ ୧୬ ତାରିଖ ଦିନ ଭୀମ ଆର୍ମୀ  କର୍ମୀମାନେ ଦିଲ୍ଲୀର ମଣ୍ଡିିହାଉସରୁ ସଂସଦ ଭବନ ପର୍ଯ୍ୟନ୍ତ ଏକ ରାଲି କରିଥିଲେ । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏବେ ଭାରତ ବନ୍ଦ ଲାଗି ଅଣ୍ଟା ଭିଡିଛନ୍ତି ଭୀମ ଆର୍ମୀ ।  ଆଜି ଦେଶ ବ୍ୟାପି ଆନ୍ଦୋଳନ ଆହ୍ବାନ ଦେଇ ଭାରତ ବନ୍ଦ ଡାକରା ଦେଇଛି ଭୀମ ଆର୍ମୀ । ଭୀମ୍ ଆର୍ମି ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସାରା ଦେଶରେ  ଦେଖିବାକୁ ମିଳିଛି । CAA ଏବଂ NRC ଓ SC-ST ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ବିରୋଧ କରାଯାଇଛି ।  ସକାଳୁ ବିଭିନ୍ନ ସ୍ଥାନରେ  ଆନ୍ଦୋଳନକାରୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଦେଇଛନ୍ତି । କିଛି ସ୍ଥାନରେ ଆଂଶିକ ଭାବରେ ଦୋକାନ ଖୋଲା ରହିଛି ।

ବିହାରର ଦରଭଙ୍ଗାରେ ଟ୍ରେନକୁ ଅଟକାଇ ଅବରୋଧ କରିଛନ୍ତି ପ୍ରଦର୍ଶନକାରୀ । ତେବେ ଓଡିଶାର ସମ୍ବଲପୁରରେ ସମ୍ବଲପୁର- ଇଣ୍ଟରସିଟିକୁ ଘଣ୍ଟାଏ ଅଟକାଇ ଦେଇଥିଲେ ଆନ୍ଦୋଳନକାରୀ । ସମ୍ବଲପୁରରେ ବସ ଚଳାଚଳ ବନ୍ଦ ଯୋଗୁ ଯାତାୟତ ପ୍ରଭାବିତ ହୋଇଛି । ତେବେ  ନୂଆପଡାରେ ଭାରତ ବନ୍ଦକୁ ସମର୍ଥନ ମିଳିଥିବାର ଦେଖିବାକୁ ମିଳିଛି । NH-353 ଆମ୍ବେଦକର ଛକ ଠାରେ ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ । ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ଠପ ହୋଇଯାଇଛି ।  ଆନ୍ଦୋଳନରେ ଆମ୍ବେଦକର ପରିବାର, ଦଳିତ ଅଧିକାର ମଞ୍ଚ ସହ ST,SC,OBC ସଂଗଠନ ସାମିଲ ହୋଇଛନ୍ତି ।  

ସେହିପରି ରାୟଗଡା ଜିଲ୍ଲା ମୁନିଗୁଡାରେ ବନ୍ଦର ପ୍ରଭାବ ରହିଛି । ଦୋକାନ ବଜାର, ପେଟ୍ରୋଲ ପମ୍ପ, ଗାଡି ଚଳାଚଳ ବନ୍ଦ ରହିଛି । ସହରର ନୂଆ ବସଷ୍ଟାଣ୍ଡ ଛକ, ମୁନିଖୋଲ,ଗୋବର୍ଦ୍ଧନ ଛକରେ ରାସ୍ତାରୋକ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.