ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ; ୮ମୃତ,୧୪ ଗୁରୁତର

Published By : Prameya-News7 Bureau | October 09, 2018 IST

ରାୟପୁର ୯/୧୦ : ଛତିଶଗଡ଼ ଦୁର୍ଗା ଜିଲ୍ଲା ଅନ୍ତର୍ଗତ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୮ଜଣଙ୍କର ମୃତ୍ୟୁ ହୋଇଛି | ଏଥିରେ ୧୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ପ୍ଲାଣ୍ଟର ଗ୍ୟାସ ପାଇପ ମରାମତି ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି | ଏହି ଷ୍ଟିଲ ପ୍ଲାଣ୍ଟ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ମାତ୍ର ୩୦କି:ମି ଦୂରରେ ଅବସ୍ଥିତ | ଏହି ବିସ୍ଫୋରଣ ଫଳରେ ବହୁ କର୍ମଚାରୀ ବେହୋସ ହୋଇପଡିଥିବା ସୂଚନା ମିଳିଛି | ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି | ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି | ସକାଳ ପ୍ରାୟ ୧୧ଟା ବେଳକୁ ପାଇପ ଲାଇନରେ ବିସ୍ଫୋରଣ ଘଟିଥିଲା | ଫଳରେ ଚାରିପଟେ ନିଆଁ ଲାଗିଯାଇଥିଲା | ଆଖପାଖରେ ଥିବା କର୍ମଚାରୀମାନେ ନିଆଁ ଧାସରେ ସିଝି ଯିବା ସହ ବେହୋସ ହୋଇଯାଇଥିଲେ | ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଉଦ୍ୟମ ଜାରି ରହିଛି | ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.