ଇଂରାଜୀ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଅଭିଷେକ, ମାଉସୀ ଘରେ ରହି ପଢୁଥିଲେ ପାଠ

Published By : Prameya-News7 Bureau | February 23, 2024 IST

ଭଦ୍ରକ ୨୩/୦୨: ପରୀକ୍ଷା ଚାପରେ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ । ସକାଳୁ ସକାଳୁ ଶାଢୀରେ ଫାଶି ଲଗାଇ ଜୀବନ ଦେଇଥିବା ଅନୁମାନ କରାଯାଉଛି । ପରୀକ୍ଷାକୁ ଯିବା ପୂର୍ବରୁ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ । ଆତ୍ମହତ୍ୟା କରିଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ମାଉସୀଙ୍କ ଘରେ ରହି ପାଠ ପଢୁଥିଲେ । ମାଉସୀଙ୍କ ଶାଢ଼ୀ ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ଆଜି ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ପରୀକ୍ଷା ହେବାର ଥିଲା । ଛାତ୍ରଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲାର ଉଦଳା ସ୍ଥିତ ରାଢ଼ ଗ୍ରାମ ବୋଲି ସୂଚନା । ତେବେ ମୃତକ ଛାତ୍ର ଅଭିଷେକ ପଣ୍ଡା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଜାହାଙ୍ଗିର ଶାସନ ଗାଁରେ ମାଉସୀଙ୍କ ଘରେ ରହି ପଢୁଥିଲେ । ସେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେଇଥିଲେ ।

ଇଂରାଜୀ ପରୀକ୍ଷା ଘର ଲୋକ ଅଭିଷେକ ଘର କବାଟ ବାଡେଇଥିଲେ ଘର ଲୋକ । କିନ୍ତୁ ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଂଚି ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଠ ହୋଇନଥିବା ବେଳେ ପରୀକ୍ଷାର ଚାପ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

you can also read...

wp:embed {"url":"https://www.prameyanews7.com/board-vice-president-reaction-over-matriculation-examination/","type":"wp-embed","providerNameSlug":"prameya-news-7"}
https://www.prameyanews7.com/board-vice-president-reaction-over-matriculation-examination/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.