ଭଦ୍ରକ ମେଡିକାଲ୍‌ରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ, କହିଲେ ସ୍ଥିର ରହିଛି ଆହତଙ୍କ ଅବସ୍ଥା

Published By : Prameya-News7 Bureau | June 03, 2023 IST

ଭଦ୍ରକ ୦୩/୦୬: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏଯାଏଁ ୨୩୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଏହାସହ ଗୁରୁତର ଆହତ ଓ ଆହତଙ୍କୁ ବାଲେଶ୍ୱର, ଭଦ୍ରକ, ସୋର, ଖନ୍ତାପଡା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଦକ୍ଷିଣ-ପୂର୍ବ ରେଳ ବିଭାଗର ସୂଚନା ଦେଇଛି ।

wp:embed {"url":"https://www.prameyanews7.com/odisha-train-derailment-toll-climbs-to-288/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-train-derailment-toll-climbs-to-288/
/wp:embed wp:html /wp:html

ସେପଟେ ଟ୍ରେନ ଦୁର୍ଘଟଣାରେ ଭଦ୍ରକ ମେଡ଼ିକାଲରେ ସ୍ଥିତି ସମୀକ୍ଷା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର । ସେ କହିଛନ୍ତି ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୧୦ ଜଣ ଆଡମିଶନ ହୋଇଥିଲେ । ରାତି ସୁଦ୍ଧା ଗୁରୁତରଙ୍କୁ କଟକ ପଠାଯାଇଛି । ଚିକିତ୍ସିତ ସମସ୍ତ ଆହତ ଓ ଗୁରୁତରଙ୍କର ଅବସ୍ଥା ସ୍ଥିର ରହିଛି । ଯାତ୍ରୀ ଓ ସମ୍ପର୍କୀୟଙ୍କର ସମସ୍ତ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ପାନୀୟ ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.