ଭବ ଦାସଙ୍କ ଜାମିନ ଆବେଦନ ଖାରଜ

Published By : Prameya-News7 Bureau | November 25, 2024 IST

ଯାଜପୁର: ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଏସ୍‌ଡିଜେଏମ୍‌। ଯାଜପୁରର ମାଆ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଗତ ୨୧ ତାରିଖରେ ଆନ୍ଦୋଳନ ସମୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ଗିରଫ ହୋଇଥିଲେ ଭବ ପ୍ରସାଦ ଦାସ । ଯାଜପୁର ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଭବଙ୍କ ନାମରେ ଆଉ ୩ଟି ମାମଲା ଯୋଡା ଯାଇଥିଲା।  

ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଭବ ପ୍ରସାଦ ଦାସ ଜଣେ ରୋଗୀ। ତାଙ୍କୁ ଗିରଫ ମାନବୀୟ ନୁହେଁ । ଦମ ଅଛି ତ’ ବିଧାୟକଙ୍କ ସହ ଥିବା ଲୋକଙ୍କୁ ଗିରଫ କରୁ ପୋଲିସ। ସରକାରଙ୍କ ଚାପରେ ପୋଲିସ ଚେପା ନ ହେଉ। ବିଜେଡି ହେଉ କି ବିଜେପି, ଯିଏ ବି ଭୁଲ କରିଛି ଗିରଫ କରାଯାଉ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.