ଭାଉଜକୁ କଲଗାର୍ଲ ସଜାଇଦେଲା ନଣନ୍ଦ, ମାଷ୍ଟରମାଇଣ୍ଡ୍ ଦିଅରକୁ ଖୋଜୁଛି ପୋଲିସ

Published By : Prameya-News7 Bureau | August 17, 2022 IST

ଭୁବନେଶ୍ୱର ୧୬।୦୮: ଭାଉଜକୁ ବଦନାମ କରିବାକୁ ବ୍ଲୁ ପ୍ରିଣ୍ଟ ବନାଇଲେ । କର୍ଲଗାର୍ଲ ସଜାଇ ଅଶ୍ଲୀଳ ଫଟୋ ସହ ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ବନାଇଲେ । ସେଥିରେ ଭାଉଜଙ୍କ ନମ୍ବର ପୋଷ୍ଟ କଲେ । ଏମିତି ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣେ ମହିଳା ଗିରଫ ହୋଇଛନ୍ତି । ସେ ହେଲେ ଧନେଶ୍ୱର ବେହେରାଙ୍କ ଝିଅ ଶୁଭଶ୍ରୀ ବେହେରା(୩୦) । ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଗୋବିନ୍ଦପୁର ଗାଁରେ । ସେପଟେ ଫେରାର୍‌ ଦିଅରକୁ ପୁଲିସ ଖୋଜୁଛି ।

ଅଭିଯୋଗକାରୀଙ୍କ ମୁତାବିକ, କିଛି ଦିନ ହେଲା ତାଙ୍କ ପାଖକୁ କିଛି ଅଜଣା ଫୋନ୍‌ କଲ୍‌ ଆସୁଥିଲା । ଅନ୍ୟପଟୁ ଲୋକମାନେ ଗ୍ରାହକ ସାଜି ତାଙ୍କୁ ଦେହଜୀବୀ ପାଇଁ ଡାକୁଥିଲେ । ନାନା ଅଶ୍ଲୀଳ ଟିପ୍ପଣୀ ଦେଉଥିଲେ । ପରେ ସେ ଜାଣିବାକୁ ପାଇଲେ, କେହି ତାଙ୍କ ନାଁରେ ଏକ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲିଛି । ସେଥିରେ ତାଙ୍କ ୨ଟି ମୋବାଇଲ ନମ୍ବରକୁ ପୋଷ୍ଟ କରିଛି । ଏକ ଅଜଣା ଝିଅର ଫଟୋକୁ ଅଶ୍ଲୀଳ ଭାବେ ଏଡିଟ୍‌ କରି ଉକ୍ତ ନକଲି ଫେସବୁକର ଡିପିରେ ରଖିଛି । ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏପ୍ରକାର ଦଣ୍ଡନୀୟ ଅପରାଧ ପୀଡ଼ିତାଙ୍କର ନଣନ୍ଦ ଏବଂ ଦିଅର ମିଳିମିଶି କରିଛନ୍ତି । ପୁଲିସ ସେମାନଙ୍କୁ ଥାନାକୁ ଡକାଇଥିଲା । ସେମାନେ ତଦନ୍ତରେ କୌଣସି ପ୍ରକାରର ସହଯୋଗ କରି ନଥିଲେ । ଓଲଟି ପୁଲିସକୁ ଅଭଦ୍ର ଆଚରଣ କରିଥିଲେ । ପାରିବାରିକ କଳହ ଯେ ଏତେ ନିମ୍ନସ୍ତରକୁ ଯାଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.