oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଭଟଲି ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ, ହଜାର ହଜାର ଭକ୍ତଙ୍କ ସମାଗମ

1/07/2022 at 9:04 PM

ବରଗଡ: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲାର ଭଟଲି ଠାରେ ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ଭକ୍ତି ଓ ଶ୍ରଦ୍ଧା ସହକାରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇବର୍ଷ ଧରି କରୋନା ଯୋଗୁ ଏଠାରେ ରଥଯାତ୍ରା ବନ୍ଦ ରହିଥିବା ବେଳେ ଏଥର ବହୁ ଭକ୍ତଙ୍କ ଜନ ସମାଗମ ହୋଇଥିଲା ।ଆଉ ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ହୋଇ ମାଉସୀ ମାଁ ମନ୍ଦିରକୁ ଗଲେ ପ୍ରଭୁ ଦଧିବାମନ । ଏଠାରେ ଛୋଟ ଶିଶୁଙ୍କ ରଥ ଛୁଆଁ ପରମ୍ପରା କାହିଁ କେତେକାଳରୁ ଚାଲି ଆସିଥିବା ବେଳେ ବହୁ ଶିଶୁ ଭଗବାନଙ୍କୁ ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଲାଭ କରିଥିଲେ ।

ଆଗରେ ସଂକୀର୍ତ୍ତନ ପଛରେ ଛେରା ପହଁରା , ସବାଶେଷରେ ଭକ୍ତଙ୍କ ଗହଣରେ ଝୁଲି ଝୁଲି ମନ୍ଦିର ଭିତରୁ ବାହାରି ଆସୁଛନ୍ତି ପ୍ରଭୁ ଦଧିବାମାନ । ଆଉ ତାଙ୍କର ଦର୍ଶନ ଆଶାରେ ଗାଁ ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ଠାରେ । ଗତ ଦୁଇବର୍ଷ ହେବ କୋଭିଡ ଯୋଗୁ ଯେହେତୁ ଏଠାରେ ରଥଯାତ୍ରା ବନ୍ଦ ରହିଥିଲା ତେଣୁ ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି ପ୍ରଭୁ ଦଧିବାମନଙ୍କ ରଥଯାତ୍ରା । ପୁରୀର ଶ୍ରୀମନ୍ଦିର ରୀତିନୀତି ପରି ସକାଳରୁ ପାହଡ଼ଭଙ୍ଗ,ଦ୍ୱାରଫିଟା ନୀତି,ସୂର୍ଯ୍ୟପୂଜା,ଛେରାପହଁରା ଓ ପାହଣ୍ଡିବିଜେ ପରେ ରଥାରୁଢ଼ ହୋଇଥିଲେ ପ୍ରଭୁ ଦଧିବାମନ । ହଜାର ହଜାର ଭକ୍ତ ରଥ ଟାଣି ଟାଣି ମାଉସୀ ମାଁ ମନ୍ଦିରକୁ ନେଇଥିଲେ ଏବଂ  ଲକ୍ଷାଧିକ ଭକ୍ତ ରଥାରୂଢ ଭଗବାନଙ୍କ ଦର୍ଶନ ପାଇଁବାର ସାରନିଧ୍ୟ ଲାଭ କରିଥିଲେ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ତେବେ ଭଟଲି ରଥଯାତ୍ରାରେ ନବଜାତ ଶିଶୁଙ୍କୁ ଦେବଦର୍ଶନ ବା ରଥ ଛୁଆଁଇବା ପରମ୍ପରା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କାହିଁ କେତେକାଳରୁ ଏହି ପରମ୍ପରା ଚଳି ଆସୁଥିବା କାହାରିକୁ ଜଣା ନ ଥିଲେ ମଧ୍ୟ ପୌରାଣିକ କଥାବସ୍ତୁ ଅନୁଯାୟୀ ଏଠାରେ ପୁଜା ପାଉଥିବା ବାମନ ରୂପୀ ଭଗବାନଙ୍କୁ ବାଳକ ରୂପରେ ଦର୍ଶନ କଲେ ସବୁ ପାପତାପ କ୍ଷୟ ହେବା ସହ ଭଗବାନଙ୍କ ଆଶୀର୍ବାଦରେ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।  ବାପା ମା ମାନେ ନିଜ ନବଜାତ ଶିଶୁକୁ ରଥ ଛୁଆଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି । ଏଣୁ ଭଟଳିକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ,ଏପରିକି ପଡୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ ଭଟଲି ଧାମକୁ।

ସପ୍ତଦଶ ଶତାବ୍ଦୀରେ ସମ୍ବଲପୁର ରାଜା ବଳିଆର ସିଂ ଙ୍କ ରାଜତ୍ୱ କାଳରେ ଭକ୍ତ ପରମାନନ୍ଦ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ ଏଠାରେ ମନ୍ଦିର ସ୍ଥାପନ କରିଥିଲେ ଏବଂ ଭଗବାନ ତାଙ୍କର ବାଳ ରୂପ ଦଧିବାମନ ରୂପେ ଏଠାରେ ପୂଜା ପାଉଛନ୍ତି ।

   Related Posts