ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା, ସସପେଣ୍ଡ୍‌ ହେଲେ ଭଟିଣ୍ଡା ଏସପି

Published By : Prameya-News7 Bureau | November 25, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ତ୍ରୁଟି ମାମଲାରେ ଏବେ ପୋଲିସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଫରୋଜପୁର ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ହୋଇଥିଲା।

ସୂଚନାଥାଉକି, ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିଲେ। ଏଠାରେ ତାଙ୍କ କାର୍କେଡ ହୁସୈନଓ୍ବାଲା ନିକଟରେ ଓଭର ବ୍ରିଜ୍‌ ଦେଇ ଯାଉଥିବା ସମୟରେ ପ୍ରଦର୍ଶନକାରୀ ତାଙ୍କର ରାସ୍ତା ରୋକିଥିଲେ। ଫଳରେ ପିଏମଙ୍କ କାର୍କେଡକୁ ଓଭର ବ୍ରିଜ୍‌ ଉପରେ ଅନେକ ସମୟ ପର୍ଯ୍ୟନ୍ତ ଅଟକି ରହିବାକୁ ପଡ଼ିଥିଲା। ଅବଶ୍ୟ ଅନେକ ସମୟ ପରେ ଭିଡ଼ ହଟାଯାଇପାରିଥିଲା। ଏହି ଘଟଣା ଉପରେ କେନ୍ଦ୍ର ସରକାର କଡ଼ା ଅସନ୍ତୋଷ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: AIର ନକରାତ୍ମକ ପ୍ରଭାବକୁ ନେଇ ବିଶ୍ୱ ଚିନ୍ତିତ, ସ୍ୱତନ୍ତ୍ର ନିୟମାବଳୀ ଆଣିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ମାମଲାରେ ଯାଞ୍ଚ କମିଟି ଦାଖଲ କରିଥିବା ରିପୋର୍ଟରେ କୁହାଯାଇଥିଲା ଯେ, ସେହି ସମୟରେ ଫିରୋଜାବାଦ ଏସପି ଗୁରବିନ୍ଦର ସିଂହ ନିଜ ଡ୍ୟୁଟିରେ ହେଳା କରିଥିଲେ ଫଳରେ ସୁରକ୍ଷାରେ ଏତେ ବଡ଼ ଭୁଲ୍‌ ହୋଇଥିଲା । ଅବଶ୍ୟ ମାମଲାରେ ପରେ ତାଙ୍କୁ ଭଟିଣ୍ଡା ବଦଳି ହୋଇଥିଲା। ହେଲେ ଏବେ ଯାଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୁରୁବିନ୍ଦର ସିଂହଙ୍କୁ ସସପେଣ୍ଡ କରାଯାଇଛି। ଗୁରୁବିନ୍ଦର ସିଂହ ବର୍ତ୍ତମାନ ଭଟିଣ୍ଡାରେ ନିୟୋଜିତ ଅଛନ୍ତି।

ସୁପ୍ରିମକୋର୍ଟଙ୍କ ତରଫରୁ ଗଠିତ ହୋଇଥିବା ତତ୍କାଳୀନ ମୁଖ୍ୟ ସଚିବ ଅନିରୁଦ୍ଧ ତିଓ୍ବାରୀ ଏବଂ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଦୋଷୀ କହିଥିଲେ। କମିଟି ଗତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ଏବଂ ସରକାରଙ୍କୁ ଦେଇଥିଲେ। ଏହି ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ୨୦୨୨ ସେପ୍ଟେମ୍ବରରେ ପଞ୍ଜାବ ସରକାରଙ୍କୁ ପତ୍ର ଲେଖି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଚିଠି ଲେଖିଥିଲେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ରାହୁଲ ଗାନ୍ଧୀ, କ୍ଷମା ଦାବି କଲା ବିଜେପି; କହିଲା- ଅତୀତରୁ ଶିଖନ୍ତୁ କଂଗ୍ରେସ ନେତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.