ଭାତପଡା ଛକରେ ଦୁର୍ଘଟଣା, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ
17/02/2023 at 8:04 AM

ସାଲେପୁର ୧୭/୦୨: ଗୁରୁବାର ବିଳମ୍ବତ ରାତିରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ଘଟଣା ଘଟିଛି କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଭାତପଡା ଛକ ନିକଟରେ ।
ବାଇକ ଆରୋହୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ତେନ୍ତୁଲିଢିହ ପଞ୍ଚାୟତ କମଳପୁର ଗାଁର ବିଶ୍ୱଜିତ ନାଥ । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ବାଇକ ସହ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେହିଭଳି ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡିର ସନ୍ଧାନ ମିଳିପାରି ନାହିଁ ।