ପୋଖରୀରେ ଭାସୁଛି ମଣିଷ କଙ୍କାଳ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | November 28, 2021 IST

ଢେଙ୍କାନାଳ ୨୮।୧୧: ପୋଖରୀରେ ଭାସୁଛି ମଣିଷ କଙ୍କାଳ । ଢେଙ୍କାନାଳ ଜିଲ୍ଲା ସଦର ଥାନା ବୋରାପଦା ଗାଁର ଏକ ପୋଖରୀରୁ ଏକ ମଣିଷ କଙ୍କାଳ ଠାବ ହୋଇଛି । ସଦର ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି କଙ୍କାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

{"id":551054,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୋରାପଦା ଗାଁ ନିକଟସ୍ଥ ରାଜାପ୍ରସାଦ ନିକଟରେ ଥିବା ପୋଖରୀରେ ଏକ କଙ୍କାଳ ଭାସୁଥିବାର ସ୍ଥାନୀୟଲୋକଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ସଦର ଥାନା ପୋଲିସକୁ ଖବର ଦେଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିଛି । ଫରେନସିକ୍‌ ଟିମ୍‌ର ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏହି କଙ୍କାଳ କାହାର ଓ କେମିତି ଏହି ପୋଖରୀକୁ ଆସିଲା । ତାକୁ ନେଇ ଅନେକ କଳ୍ପନା ଜଳ୍ପନା କରୁଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.