ଚିଲିକା ଭସାପୋଲରେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ, ସାମିଲ ହେଲେ ଡାକବିଭାଗ କର୍ମଚାରୀ

Published By : Prameya-News7 Bureau | August 13, 2022 IST

ବ୍ରହ୍ମଗିରି ୧୩/୦୮: ଭସାପୋଲରେ ଉଡିଲା ତ୍ରିରଙ୍ଗା । ଚିଲିକାରେ ଯାତାୟତ କରୁଥିବା ଭସାପୋଲରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ଓ ଡାକବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଭସାପୋଲରେ କାର୍ଯ୍ୟରତ କର୍ମଚାରୀମାନେ ତ୍ରିରଙ୍ଗା ଉଡାଇ ଯାତ୍ରୀମାନଙ୍କୁ ସଚେତନ କରାଇଛନ୍ତି । ଭସାପୋଲଟି ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଜେଟିରେ ପହଞ୍ଚିବା ପରେ ସେଠାରେ ଡାକବିଭାଗ କର୍ମଚାରୀମାନେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ।

ଉଭୟ ମିଳିତ ଭାବେ ତ୍ରିରଙ୍ଗା ପତାକା ଉଡାଇ ଡଙ୍ଗା ଓ ଭସାପୋଲରେ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ 'ହର ଘର ତ୍ରିରଙ୍ଗା' ସମ୍ପର୍କରେ ସଚେତନ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.