ବିଜେଡିର ପ୍ରତିଷ୍ଠା ଦିବସରେ ଅନୁପସ୍ଥିତି ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ସାଂସଦ ଭର୍ତ୍ତୃହରି ମହତାବ

Published By : Prameya-News7 Bureau | January 02, 2023 IST

ଭୁବନେଶ୍ୱର ୦୨/୦୧: ସ୍ୱାଧୀନତା ସଂଗ୍ରାମୀ ଦିବସ ଦିନ ଏ ବିଷୟରେ ଚର୍ଚ୍ଚା ନ କରିବା ଭଲ। ମୋର ୪ ଟି ବିଷୟରେ କହିବାର ଅଛି ଖୁବଶୀଘ୍ର କହିବି । କିନ୍ତୁ ଆଜି ନୁହେଁ । ଦେଖା ହେବ ଯେତେବେଳେ ସେତେବେଳେ କହିବି । ମନ୍ମଥ ଦାସଙ୍କ ଗୋଟେ ଲେଖା ଅଛି ଦେଖା ହେଲେ କହିବି ସେ କଥା । ସଂଗଠନ ଉପରେ କହିବେ ତ ପ୍ରଶ୍ନରେ କହିଲେ ସବୁ କହିବି । ଦେଖା ହେଲେ ସବୁ କହିବି ।

୨୦୨୪ରେ ନିର୍ବାଚନ ଲଢ଼ିବା ନ ଲଢ଼ିବା ପ୍ରଶ୍ନରେ କହିଛନ୍ତି ତାହା ବି ଗୋଟେ ପ୍ରସଙ୍ଗ । ସେହିଭଳି ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ନେଇ ପଚାରି ବାରୁ ଭର୍ତ୍ତୃହରି କହିଛନ୍ତି ଯେ, ଆପଣ ଏ ନେଇ ପିନାକୀ ମିଶ୍ରଙ୍କୁ କିଛି ପଚାରିଛନ୍ତି । ପିନାକୀ ଅସୁସ୍ଥ ଥିବା ଷ୍ଟେଜରେ ଘୋଷଣା କରାଯାଇଥିବା ସାମ୍ବାଦିକ ମାନେ କହିବା ପରେ ଭର୍ତ୍ତୃହରି କହିଛନ୍ତି କେଉଁଠି ଥିଲେ ପିନାକୀ ବାବୁ । ଦଳରେ ବରିଷ୍ଠ ମାନଙ୍କୁ ଅଣଦେଖା କରାଯାଉଛି କି ପ୍ରଶ୍ନରେ କହିଲେ ସେମିତି କିଛି ନାହିଁ ।

ନବୀନ ପଟ୍ଟନାୟକ ୧୦୦ ଶାସନ କରିବାକୁ ଆହ୍ୱାନ ଦେବା ପ୍ରସଙ୍ଗରେ କହିଛନ୍ତି ନବୀନ ବାବୁ ଯେଉଁ କଥା କହିଛନ୍ତି ସେ ମର୍ମଟିକୁ ବୁଝିଛନ୍ତି । ମହିଳାମାନଙ୍କର ଆର୍ଶୀବାଦ ଦଳ ପ୍ରତି ରହିଲେ ଆମେ ୧୦୦ ବର୍ଷ ଲୋକଙ୍କ ସେବା କରିବୁ ବୋଲି କହିଛନ୍ତି । ତାହା ଦଳର ସମସ୍ତ କର୍ମୀ ଓ ନେତୃତ୍ବଙ୍କ ଏକ ଆହ୍ୱାନ । ବିଜେପି ସବୁ ଲୋକସଭା ଆସନ ଉପରେ ଫୋକସ୍ କରୁଛି । କଟକରେ ବି କରିବାକୁ ଯାଉଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.