ମୁହଁରେ କୁଞ୍ଚନ, ଧଳା ପଡିଯାଇଛି କେଶ... କେମିତି ହେଲା କମେଡି କୁଇନ୍ ଭାରତୀଙ୍କ ଏପରି ଅବସ୍ଥା

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୭ : କମେଡି କୁଇନ୍ ଭାରତୀର ସିଂ ଏବଂ ହର୍ଷ ଲିମ୍ବାଚିଆ ଟେଲି ଶୋ ର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଦର୍ଶକଙ୍କୁ ଖୁବ୍ ହସାନ୍ତି । ଭାରତୀ ଏବଂ ହର୍ଷ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଦୁହେଁ କିଛି ନା କିଛି ଫଟୋ କିମ୍ବା ମଜାଳିଆ ଭିଡିଓ ସେୟାର କରିଥାନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ହସି ହସି ବେଦମ ହୋଇଯାଆନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ହର୍ଷ ଏକ ଭିଡିଓ ମାଧ୍ୟମରେ ଭାରତୀଙ୍କର ଭିନ୍ନ ରୂପ ଦେଖାଇଛନ୍ତି। ଯାହାକୁ ଦେଖିଲେ ଆପଣ ହସି ଉଠିବେ କହିବେ ଏହା ଭାରତୀଙ୍କ ସହ କଣ ହୋଇଛି ...

wp:html
/wp:html

ଭିଡିଓଟିକୁ ଦେଖି ଆପଣ ବିଶ୍ବାସ ପାରିବେ ନାହିଁ ଯେ ଭାରତୀ କାହିଁକି ଏହି ବୟସରେ ଏମିତି ବୁଢି ଦେଖାଯାଉଛନ୍ତି ? ତାଙ୍କ କେଶ ଧଳା ହେବା ସହ ମୁହଁରେ କୁଞ୍ଚ ପଡିଯାଇଛି ଏବଂ ଦାନ୍ତ ମଧ୍ୟ ଝଡିଯାଇଛି । ଏହି ସମୟରେ ସେ ମୋବାଇଲରେ ବ୍ୟସ୍ତ ଥିବାର ନଜର ଆସିଛନ୍ତି ।  ଭାରତୀଙ୍କର ଏହି ଭିଡିଓଟିକୁ ସେୟାର କରି ହର୍ଷ କହିଛନ୍ତି, 'ସେ ବୁଢୀ ହୋଇସାରିଲେଣି ତଥାପି ମୋବାଇଲର ଅଭ୍ୟାସ ଛାଡିନି ।' ଏହା କହିବା ମାତ୍ରେ ଭାରତୀ କାଶିବା ଆରମ୍ଭ କରିଦିଅନ୍ତି। ଭାରତୀଙ୍କୁ ଏହିପରି ଭାବରେ ଦେଖି ଆଶ୍ଚର୍ଯ୍ୟ ହେବା ଦରକାର ନାହିଁ । ବାସ୍ତବରେ ହର୍ଷ ଇନଷ୍ଟାଗ୍ରାମର ଫେସ୍ ଫିଲ୍ଟର ବ୍ୟବହାର କରିଛନ୍ତି । ଯେଉଁଥିରେ ସେ ଏକ କ୍ୟାପସନରେ ଲେଖିଛନ୍ତି- ପ୍ରେମ ସଦାସର୍ସବଦା ଜବାନ ରୁହେ , ବୁଢୀ ତ ସ୍ତ୍ରୀ ହୋଇଥାଏ । ଏହି ଭିଡିଓଟି ଅପଲୋଡ ହେବା ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହାକୁ ଦେଖିବା ମାତ୍ର ତାଙ୍କ ଫ୍ୟାନ୍ସମାନେ ଜବରଦସ୍ତ କମେଣ୍ଟସ୍ ଦେଇଛନ୍ତି । ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟା ବର୍ତ୍ତମାନ ଡ୍ୟାନ୍ସ ରିଅଲିଟି ଶୋ 'ଡ୍ୟାନ୍ସ ଦିୱାନ' 'କୁ ହୋଷ୍ଟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.