ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଖରାଦିନେ ପଞ୍ଚାୟତବାସୀଙ୍କ ଶୋଷ ମେଣ୍ଟାଉଛି ସରପଞ୍ଚଙ୍କ ପାଣି ଏଟିଏମ୍, ୧ ଟଙ୍କାରେ ମିଳୁଛି ୨ ଲିଟର ଶୁଦ୍ଧ ଥଣ୍ଡା ପାଣି

19/05/2019 at 7:14 PM

ପଟ୍ଟାମୁଣ୍ଡାଇ ୧୯|୫: ଖରାଦିନେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ରାଜକନିକାର ଭାରିଗଦା ଗ୍ରାମପଞ୍ଚାୟତର ସରପଚଂ ପ୍ରଦୀପ କୁମାର ମଲ୍ଲିକଙ୍କ ପାଣି ଏଟିଏମ୍ ଭଳି ଏକ ନିଆରା ପଦକ୍ଷେପ ସ୍ଥାନୀୟ ଲୋକଙ୍କୁ ଆଶ୍ବସ୍ତି ଦେଉଥିବା ବେଳେ ବାଟୋଇଙ୍କ ଶୋଷ ମେଣ୍ଟାଉଛି । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ୍ ଅନ୍ତଗର୍ତ ଭାରିଗଦା ଗାଁରେ ଏଭଳି ପାଣି ଏଟିଏମ୍ ଦେଖିବାକୁ ମିଳିଛି । ୨୦୦୬ ମସିହାରୁ ପାଣିର ଉତ୍କଟ ପରିସ୍ଥିତି ଏଠାରେ ଦେଖାଦେଇଥିଲା । ଖରାଦିନେ ସ୍ଥାନୀୟ  ଲୋକେ  ପାଣି ଟିକେ ପାଇଁ ଡହଳ ବିକଳ ହେବା ସହିତ ପାଖରେ ଥିବା ବ୍ରାହ୍ମଣୀ ନଦୀରୁ ପାଣି ଆଣି ରୋଷେଇ କରିବା ସହିତ ଶୋଷ ମେଣ୍ଟାଉଥିଲେ ।

ନଦୀ ପାଣି ଖରାଦିନେ  ସୁଖି ଯାଉଥିବାରୁ  ମାଇଲ ମାଇଲ ଦୂରକୁ ପାଦରେ ଯାଇ ପାଣି ଆଣି ନିଜର ତୃଷା ମେଣ୍ଟାଉଥିଲେ । କେବଳ ଗ୍ରାମବାସୀ ନୁହଁନ୍ତି କଟକ ଚାନ୍ଦବାଲିର ମୁଖ୍ୟ ରାସ୍ତା ଏହି ଗ୍ରାମ ଦେଇ ଯାଇଥିବାରୁ ବହୁ ବାଟୋଇ ମଧ୍ୟ ପାଣି ଟିକେ ପାଇଁ ହଇରାଣ ହରକତ ହେଉଥିଲେ ।

ତେବେ ଏହାର ସମାଧାନ ପାଇଁ ସ୍ଥାନୀୟ ସରପଚଂ ବହୁ ରାଜନେତା ଓ ପ୍ରଶାସନ ଅଧିକାରୀଙ୍କ ପାଖକୁ ଯାଇ ନୟାନ୍ତ ହେବା ପରେ ଏଭଳି ଏକ ପାଣି ଏଟିଏମ୍ ଭଳି ନିଆରା ପଦକ୍ଷପ ନେଇଥିଲେ । ୧ ଟଙ୍କାରେ ଏହି ଏଟିଏମ ୨ ଲିଟର ଶୁଦ୍ଧ ଥଣ୍ଡା ପାଣି ଯୋଗାଇ ଦେଉଛି ।  ତେବେ ଏହି ଏଟିଏମଟିକୁ କରି ସ୍ଥାନୀୟ ସରପଞ୍ଚ କେବଳ ନିଜ ଅଂଚଳର ଶୋଷ ମେଣ୍ଟେଇଛନ୍ତି ତାହା ନୁହେଁ ବରଂ ବହୁ ବାଟୋଇ ଓ ବେପାରିମାନଙ୍କ ଶୋଷ ମେଣ୍ଟାଇଛନ୍ତି ।

ଏହି ବିରଳ ଏଟିଏମଟିକୁ କରିବା ପାଇଁ ସରପଚଂ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସରପଚଂ ବରାଦ କରିଥିଲେ । ଏହି ଏଟିଏମରୁ ଯାହା ପାଣ୍ଠି ଉପାର୍ଜନ ହେଉଛି ତାହା ନିଜ ପଞ୍ଚାୟତର ବିକାଶ ନିମନ୍ତେ ସରପଚଂ ଫଣ୍ଡକୁ ଯିବା ସହିତ ପଞ୍ଚାୟତର ବିକାଶ ପାଇଁ ଖର୍ଚ୍ଚ କରାଯାଉଛି ।

ତେବେ କେବଳ ଏଟିଏମ୍ ନୁହେଁ ପଞ୍ଚାୟତବାସୀଙ୍କୁ ଲୋକଙ୍କୁ ଆଶ୍ବସ୍ତି କରିବା ପାଇଁ ସରପଚଂଙ୍କ ଦ୍ବାରା ନିର୍ମିତ ଏକ ପାଣି ଟ୍ୟାଙ୍କର ପ୍ରତ୍ୟକ ଦିନ ଘର ଘର ବୁଲି ମାଗଣାରେ ପାଣି ଯୋଗାଉଛି । ତେବେ ସରପଚଂଙ୍କ ଏଭଳି ନିଆରା ପଦକ୍ଷପ ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତ ପ୍ରେରଣା ଯୋଗାଇବ ।

   Related Posts