ଭୁଶୁଡିଲା ଭାର୍ଗବୀ ନଦୀ ବନ୍ଧ, ପାଣିରେ ପଡିଲା ୫୦ଲକ୍ଷ ଟଙ୍କାର ପଥର ବନ୍ଧ
15/09/2023 at 5:19 PM

ନିମାପଡା ୧୫।୯: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ରଥପୁରୁଷୋତ୍ତମପୁର ବାଲିଗାଁରେ ଭାର୍ଗବୀ ନଦୀବନ୍ଧ ଭୁଶୁଡ଼ି ପଡ଼ିଛି । ସେଠାରେ ପ୍ରାୟ ୪ ଶହ ମିଟର ଲମ୍ବରେ ଫାଟ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ୫୦ଲକ୍ଷ ଟଙ୍କା ବ୍ୟୟରେ ପଥର ପ୍ୟାକିଂ କରାଯାଇଥିଲା । ସମ୍ପୃକ୍ତ ଠିକାଦାର ନଦୀ ପଠାରୁ ଜେସିବିରେ ମାଟି ତାଡ଼ି ତାଳିପକା କାମ କରୁଥିବା ସ୍ଥାନୀୟ ଲୋକେ ସେ ସମୟରେ ଅଭିଯୋଗ କରିଥିଲେ । ତତ୍କାଳୀନ ସହକାରୀ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସରକାରଙ୍କର ୫୦ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଯଦି ବନ୍ୟା ଅଧିକ ହୁଏ ଏବଂ ଏହି ବନ୍ଧ ଭାଙ୍ଗିଯାଏ ତେବେ, ପିପିଲି ବ୍ଲକ୍ର ୩ଟି ପଞ୍ଚାୟତ ଓ ସତ୍ୟବାଦୀ ବ୍ଲକ୍ ଅଞ୍ଚଳ ଜଳମଗ୍ନ ହେବ ବୋଲି କୁହାଯାଉଛି । ଏହି ଅନିୟମିତତାରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
You Can Read :