ନୂଆଦିଲ୍ଲୀ: ଫିନ୍ଟେକ୍ କମ୍ପାନି ଭାରତପେ ଏହାର ପୂର୍ବତନ ସହ ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଅନ୍ତ ହୋଇଛି। କାରଣ ଉଭୟ ପକ୍ଷ ଚାଲିଥିବା ବିବାଦର ସର୍ତ୍ତମୂଳକ ବୁଝାମଣା କରିଛନ୍ତି। ସର୍ତ୍ତ ଅନୁଯାୟୀ ଗ୍ରୋଭର କମ୍ପାନିରେ କୌଣସି ପ୍ରକାର ଜଡ଼ିତ ରହିବେ ନାହିଁ କିମ୍ବା ଶେୟାରହୋଲ୍ଡିଂର ଅଂଶ ରହିବେ ନାହିଁ।
ଏନେଇ ସୋମବାର ଭାରତପେ ସୋମବାର ଏକ ବିବୃତ୍ତି ଜାରି କରିଛି । ଯେଉଁଥିରେ କମ୍ପାନି କହିଛି, ଗ୍ରୋଭରଙ୍କ କିଛି ଶେୟାରକୁ କମ୍ପାନିର ଲାଭ ପାଇଁ ‘ରେସିଲିଏଣ୍ଟ ଗ୍ରୋଥ ଟ୍ରଷ୍ଟ’କୁ ଟ୍ରାନ୍ସଫର କରାଯିବ ଏବଂ ତାଙ୍କ ବଳକା ଶେୟାରକୁ ତାଙ୍କ ପାରିବାରିକ ଟ୍ରଷ୍ଟ ମ୍ୟାନେଜ କରିବେ। ଦୁଇ ପକ୍ଷ ବିବାଦ ଉପରେ ହୋଇଥିବା ମାମଲାକୁ ଆଗକୁ ନବଢ଼ାଇବାକୁ ନିଷ୍ପତ୍ତି କରିଛନ୍ତି। ସେହିଭଳି ବୁଝାମଣା ପରେ ଅଶନୀର ଗ୍ରୋଭର ଏକ୍ସ ପୋଷ୍ଟରେ ଲେଖିଛନ୍ତି ତାଙ୍କୁ କମ୍ପାନି ପରିଚାଳନା ଏବଂ ବୋର୍ଡ ଉପରେ ସଂପୂର୍ଣ୍ଣ ଭରସା ରହିଛି।
ରିପୋର୍ଟ ଅନୁଯାୟୀ, ୨୦୨୨ ମାର୍ଚ୍ଚରେ କମ୍ପାନି ଗ୍ରୋଭରଙ୍କୁ କମ୍ପାନି ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇଥିଲା, ଯାହା ପରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିଥିଲେ। ପକୃତରେ, ଭାରତପେର କୋ-ଫାଉଣ୍ଡର ଅଶନୀର ଗ୍ରୋଭର ୨୦୨୨ରୁ ବିବାଦରେ ଥିଲେ। ଏହା ପଛରେ ମୁଖ୍ୟ କାରଣ ଅଶନୀରଙ୍କ ଏକ ଭାଇରାଲ ଅଡିଓ ରହିଥିଲା। ଏଥିରେ ସେ କୋଟକ ମହିନ୍ଦ୍ରା ବ୍ୟାଙ୍କ୍ର ଜଣେ କର୍ମଚାରୀଙ୍କୁ ଅପମାନଜନକ ଭାଷାରେ କଥା ହେଉଥିଲେ। ଏହା ବ୍ୟତୀତ କମ୍ପାନିର ନିୟମ ବିରୋଧରେ ବ୍ୟବହାର କରିବା ନେଇ ମଧ୍ୟ ତାଙ୍କ ଉପରେ ଅଭିଯୋଗ ଲାଗିଥିଲା।
ଅଶନୀର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା। ଯାହା କମ୍ପାନି ତାଙ୍କ ଉପରେ ମଧ୍ୟ କମ୍ପାନି ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭରଙ୍କୁ ଟଙ୍କା ହେରଫେରରେ ସାମିଲ ଥିବା ଜଣାପଡ଼ିଥିଲା। ତାଙ୍କ ଉପରେ ଅଭିଯୋଗ ରହିଥିଲା ଯେ, ସେ ବ୍ୟକ୍ତିଗତ କାମ ପାଇଁ କମ୍ପାନିର ଟଙ୍କାର ବ୍ୟବହାର କରିଥିଲେ।