ତାମିଲ୍ନାଡୁରେ ବିଜେପିକୁ ଶକ୍ତ ଝଟ୍କା; AIADMKରେ ମିଶିଲେ ଦଳର ଆଇଟି ସେଲ୍ ମୁଖ୍ୟ
6/03/2023 at 8:51 AM

ଚେନ୍ନାଇ: ତାମିଲନାଡୁରେ ବିଜେପିକୁ ଶକ୍ତା ଝଟ୍କା ଲାଗିଛି। ଦଳର ଆଇଟି ସେଲ୍ ମୁଖ୍ୟ ସିଟିଆର୍ ନିର୍ମଳ କୁମାର ରବିବାର ବିଜେପି ଛାଡ଼ି ସହଯୋଗୀ ଦଳ ଏଆଇଏଡିଏମ୍କେରେ ଯୋଗ ଦେଇଛନ୍ତି। ଦଳ ଛାଡ଼ିବା ପୂର୍ବରୁ ସେ ତାମିଲନାଡୁ ବିଜେପି ମୁଖ୍ୟ କେ.ଆନ୍ନାମଲାଇଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି।
ନିର୍ମଳ ତାଙ୍କ ଇସ୍ତଫା ପତ୍ରରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଇସ୍ତଫାପତ୍ରକୁ ଟ୍ୱିଟ୍ କରି ନିର୍ମଳ କୁମାର ଲେଖିଛନ୍ତି ଯେ ବିଜେପି ନିଜ ଦଳୀୟ କର୍ମୀଙ୍କ ସ୍ୱାର୍ଥ ବିରୋଧରେ କାମ କରୁଛି। ଦଳରେ ରହି ମୁଁ ଦେଢ଼ ବର୍ଷ ହେଲା ଏଭଳି ସମସ୍ୟା ସାମ୍ନା କରିଛି। ଦଳ ପାଇଁ କଠିନ୍ନ ପରିଶ୍ରମ କରିବା ସତ୍ତ୍ୱେ ବି ମୋତେ କେବଳ ଯନ୍ତ୍ରଣା ମିଳିଛି ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ତେବେ ସେ ଦଳରୁ କାହିଁକି ଇସ୍ତଫା ଦେଲେ ତାହା ସମସ୍ତଙ୍କୁ ଜଣାଇବା ତାଙ୍କର ଦାୟିତ୍ୱ ବୋଲି ନିର୍ମଳ ଲେଖିବା ସହ ରାଜ୍ୟ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇଙ୍କୁ ସେ ଏଥିପାଇଁ ଦାୟୀ ବୋଲି କହିଛନ୍ତି। ଆନ୍ନାମଲାଇଙ୍କୁ ୪୨୦ ମଲାଇ କହି ସମ୍ବୋଧନ କରିବା ସହ ସେ ନିଜ ଦଳର ଲୋକଙ୍କ ବିରୋଧରେ ଗୁଇନ୍ଦାଗିରି କରିବାକୁ ଭଲ ପାଆନ୍ତି ବୋଲି ନିର୍ମଳ ଟ୍ୱିଟ୍ କରିଛନ୍ତି।
କେବଳ ସେତିକି ନୁହେଁ, ଅନ୍ନା ମଲାଇ ଡିଏମ୍କେ ମନ୍ତ୍ରୀଙ୍କ ସହ ତାଙ୍କର ଆଇନଗତ ଲଢ଼େଇ ଚାଲିଥିବା ବେଳେ ସେ ତାଙ୍କ ଆଲୋଚନା କରିଥିଲେ ବୋଲି ବୋଲି ସେ ଅଭିଯୋଗ କରିଛନ୍ତି। ୪୨୦(ଚାର୍ ଶୋ ବିସ୍) ଅନ୍ନାମଲାଇ କେବଳ ବିଜେପି ପାଇଁ ନୁହେଁ ବରଂ ପୂରା ରାଜ୍ୟପାଇଁ ବିପଦ ବୋଲି ନିର୍ମଳ କହିଛନ୍ତି।
କହି ରଖୁଛୁ ୟେ ନିର୍ମଳ ବିଜେପି ଛାଡ଼ିବାର କିଛି ଘଣ୍ଟା ପରେ AIADMK ତାଙ୍କର ଆଞ୍ଚଳିକ ଦଳରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ। ଦଳର ଅନ୍ତରଣୀ ଅଧ୍ୟକ୍ଷ ଇଡାପ୍ପାଡି କେ. ପାଲାନୀସ୍ୱାମୀଙ୍କ ଉପସ୍ଥିତିରେ ସେ AIADMKରେ ମିଶିଥିଲେ ବୋଲି ଦଳ ଘୋଷଣା କରିଥିଲା।