ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଗତ ଭାଷଣ ସହ ଶନିବାର ଆରମ୍ଭ ହୋଇଛି ଜି୨୦ ସମ୍ମିଳନୀ। ଶନିବାର ଆରମ୍ଭ ହୋଇଥିବା ଏହି ବିଶାଳ ସମ୍ମିଳନୀରେ ଯୋଗଦେଇଛନ୍ତି ବିଶ୍ବର ଅନେକ ବଡ଼ ବଡ଼ ରାଷ୍ଟ୍ରାଧ୍ୟକ୍ଷ। ତେବେ ମୋଦୀଙ୍କ ମଞ୍ଚରେ ପିଏମ ମୋଦୀଙ୍କ ସାମ୍ନାରେ ଲଗାଯାଇଥିବା ଦେଶର ନାମ ଫଳକରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯାଇଥିବାର ଦେଖାଯାଇଛି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆଉ ଏହାକୁ ନେଇ ପୁଣି ଦେଶର ନାମକୁ ଚର୍ଚ୍ଚା ହେଉଛି।
ସୂଚନାଥାଉକି, ଦେଶରେ ଗତ କିଛି ଦିନରୁ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ପୂର୍ବରୁ ମଧ୍ୟ ଜି-୨୦ ସମ୍ମିଳନୀ ପାଇଁ ପଠାଇଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା। ଯାହାକୁ ନେଇ ଦେଶର ନାମ ପରିବର୍ତ୍ତନର ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ତର୍କ ବିତର୍କ ଲାଗିରହିଛି।
ଆହୁରି ପଢ଼ନ୍ତୁ: ଜି-୨୦ ଶିଖର ସମ୍ମିଳନୀ; ସ୍ବାଗତ ସ୍ଥଳରେ କୋଣାର୍କ ଚକ୍ର, ବିଶ୍ବ ଦେଖିଲା ଓଡ଼ିଶାର ଐତିହ୍ୟ
ଶନିବାର ସ୍ବାଗତ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ଏବେ ଦେଶ ଏବଂ ଦେଶ ବାହାରେ ‘ସବକା ସାଥ୍’ର ପ୍ରତୀକ ହୋଇଛି। ଭାରତରେ ଏହା ଲୋକଙ୍କ ଜି-୨୦ ହୋଇଛି । ଦେଶରେ ଜି-୨୦ର ପ୍ରାୟ ୨୦୦ ବୈଠକ ହୋଇଛି ।’’ ରିପୋର୍ଟ ଅନୁଯାୟୀ ସରକାର ‘ଭାରତ’ ନାଁକୁ ଜି୨୦ର ଅନେକ କାଗଜପତ୍ରରେ ମଧ୍ୟ ବ୍ୟବହାର କରିଛନ୍ତି।
ଭାରତ ମଣ୍ଡପମ୍ରେ ପିଏମ ମୋଦୀ କଲେ ସ୍ବାଗତ:
ସ୍ବାଗତ ସମ୍ବର୍ଦ୍ଧନା ବ୍ୟତୀତ, ପିଏମ ମୋଦୀ ଜି-୨୦ ସମ୍ମିଳନୀ ଆୟୋଜିତ ହୋଇଥିବା ଭାରତ ମଣ୍ଡପମ୍ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସ୍ବାଗତ କରିଥିଲେ। ସେହିଭଳି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଆଇଏମଏଫ ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିଆ ଏବଂ ବିଶ୍ବ ବାଣିଜ୍ୟ ସଂଗଠନ ନିର୍ଦ୍ଦେଶକ ଜେନେରାଲ ଏନଗୋଜୀ ଓକୋଞ୍ଜୋ-ଇଓ୍ବେଲା ମଧ୍ୟ ଭାରତ ମଣ୍ଡପରେ ପ୍ରଥମେ ପହଞ୍ଚିଥିଲେ।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଜି-୨୦ ଦିବ୍ୟ ଦରବାର; ବିଶ୍ବ ନେତାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଶ୍ବରେ ଆସିଛି ବିଶ୍ବାସ ସଂକଟ