ଗୁରୁବାର ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବ ରାହୁଲଙ୍କ ‘ଭାରତ ଯୋଡୋ ଯାତ୍ରା’, ସାମିଲ ହେବେ ସଞ୍ଜୟ ରାଉତ, ମହବୁବା ଓ ଅବଦୁଲ୍ଲା

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ ୧୯।୧: କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ତାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ସନ୍ଧ୍ୟା ୬ଟା ବେଳେ ରାହୁଲ ଗାନ୍ଧି କଠୁଆର ଲଖନପୁର ଦେଇ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବେ। ପଞ୍ଜାବରେ ଗୁରୁବାର ଭାରତ ଯୋଡୋ ଯାତ୍ରାର ଶେଷ ଦିନ।  ଯାତ୍ରା ପଠାନକୋଟ ହୋଇ କଠୁଆ ପହଞ୍ଚିବ। କଠୁଆରେ ରାହୁଲ ଗାନ୍ଧି ବ୍ରେକ୍‌ ନେବେ ଓ ସେହିଠାରେ ଆରାମ କରିବେ।

ତେବେ ଯାତ୍ରାର ଜମ୍ମୁ-କାଶ୍ମୀର ପ୍ରବେଶ ପୂର୍ବରୁ ରାହୁଲ ପଠାନକୋଟରେ ଏକ ରାଲି କରିବେ। ସେପଟେ ରାହୁଲଙ୍କା ଯାତ୍ରା ଜମ୍ମୁ-କାଶ୍ମୀର ପ୍ରବେଶ ନେଇ ସୁରକ୍ଷା ଏଜେନ୍ସୀମାନେ ରାହୁଲ ଗାନ୍ଧିଙ୍କ ସୁରକ୍ଷା ଲାଗି ଏକ ଏଡଭାଇଜରୀ ଜାରି କରିଛନ୍ତି। ଜମ୍ମୁ-କାଶ୍ମୀର କଂଗ୍ରେସ ପ୍ରଭାରୀ ରାଜନୀ ପାଟିଲ ଜାନୁୟାରୀ ୧୭ ତାରିଖ ଦିନ କହିଥିଲେ ଯେ ଲଖନପୁରରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମହବୁବା ମୁଫ୍ତି, ସିପିଏମ ନେତା ୟୁସୁଫ ତାରିଗାମୀ ଓ ଶିବସେନା ନେତା ସଞ୍ଜୟ ରାଉତ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ କରିବେ। ଶ୍ରୀନଗରରେ ଜାନୁୟାରୀ ୩୦ ତାରିଖ ଦିନ ଏକ ବିଶାଳ ରାଲି ସହ ଯାତ୍ରା ସମାପନ ହେବ।

{"id":734996,"width":841,"height":473,"sizeSlug":"full","linkDestination":"none"}

ଯାତ୍ରା ଜମ୍ମୁ ଲଖନପୁରରୁ କଠୁଆ, ହୀରାନଗର, ବନିହାଲ ଟନେଲ ରାସ୍ତାରେ କାଶ୍ମୀର ଘାଟି ପର୍ଯ୍ୟନ୍ତ ଯିବ। ତେବେ କାଶ୍ମୀରରେ ରାହୁଲଙ୍କ ପଦଯାତ୍ରାକୁ ନେଇ ସୁରକ୍ଷା ଏଜେନ୍ସୀମାନେ ଚିନ୍ତାରେ ପଡିଛନ୍ତି। ଯାତ୍ରା ଘାଟିର କିଛି ଏପରି ରାସ୍ତା ଦେଇ ଯିବ ଯେଉଁଠି ଫୁଲପ୍ରୁଫ ସିକ୍ୟୁରିଟିର ବ୍ୟବସ୍ଥା କରାଯାଉଛି। ସେଠାରେ ରାହୁଲଙ୍କ ସୁରକ୍ଷାର ବ୍ୟବସ୍ଥା ସିଆରପିଏଫ କରିବ। ଏଣୁ ସୁରକ୍ଷା ଦୃଷ୍ଟିରୁ ରାହୁଲଙ୍କ ଲାଗି ଯେଉଁ ଘେରା କରାଯିବ ସେଥିରେ କେବଳ ରାହୁଲଙ୍କୁ ତାଙ୍କ ଚିହ୍ନା ଜଣା ଲୋକଙ୍କୁ ସାମିଲ କରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି କାଶ୍ମୀରରେ କିଛି ଜାଗାରେ ରାହୁଲଙ୍କୁ ପାଦରେ ନ ଚାଲି ଗାଡିରେ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ ରାହୁଲ ଜମ୍ମୁ-କାଶ୍ମୀର ପହଞ୍ଚିବା ପୂର୍ବରୁ ବିରୋଧୀ ବିଜେପି ଆକ୍ରମକ ହୋଇଉଠିଛି। ବିଜେପିର ଜମ୍ମୁ-କାଶ୍ମୀର ୟୁନିଟ୍‌ ମୁଖ୍ୟ ରବିନ୍ଦର ରୈନା ଅଭିଯୋଗ କରିଛନ୍ତି ଯେ ‘ଗାନ୍ଧି ପରିବାର ଓ କଂଗ୍ରେସ ଜମ୍ମୁ-କାଶ୍ମୀର ସହିତ ଐତିହାସିକ ଭୁଲ କରିଛନ୍ତି। ରାଜ୍ୟରେ ଆତଙ୍କବାଦ ବିସ୍ଫୋରଣ ଲାଗି ସେମାନେ ସିଧାଶଳଖ ଦାୟି, ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି’ ବୋଲି କହିଛନ୍ତି। ଏଣୁ ରୈନା କହିଛନ୍ତି ଯେ ରାହୁଲ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବା ପୂର୍ବରୁ ଦେଶ ନିକଟରେ ଖାସ କରି ଜମ୍ମୁ-କାଶ୍ମୀର ଲୋକଙ୍କ ନିକଟରେ ପାର୍ଟିର ଭୁଲ ଯୋଗୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.