Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ପାଇଁ ୨୦୨୪ ଚ୍ୟାଲେଞ୍ଜ; ସଞ୍ଜୀବନୀ ହେବ କି ଭାରତ ଯୋଡୋ ଯାତ୍ରା ?

9/01/2023 at 12:39 PM

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ସଞ୍ଜୀବନୀ ହେବ କି ଭାରତ ଯୋଡୋ ଯାତ୍ରା ? ପଞ୍ଜାବ ଓ ହରିୟାଣାରେ ଏହା ସଫଳ ସାବ୍ୟସ୍ତ ହେବ କି । ଏହାକୁ ନେଇ  ଏବେ ଚର୍ଚ୍ଚା ଜୋର୍ ଧରିଛି ।  କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାନୁଆରୀ ୧୧ ତାରିଖରେ ପଞ୍ଜାବରେ ପହଞ୍ଚିବ । ଏହା ପୂର୍ବରୁ ୫ତାରିଖରେ ହାରିୟାଣାରେ ପହଞ୍ଚି ସାରିଛି ରାହୁଲ ଗାନ୍ଧିଙ୍କ ଏହି ଯାତ୍ରା । ଏହି ଦୁଇ ରାଜ୍ୟରେ କଂଗ୍ରେସ ପୁଣି ଗଡ଼ ଜିତିବାକୁ ଉଦ୍ୟମ କରିବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ ।  

ହରିୟାଣାରେ କଂଗ୍ରେସ ନିର୍ବାଚନୀ ବିଗୁଲ ବଜାଇ ଦେଇଛି । ସଙ୍କଟ ଟାଳିବାକୁ ସଂକଟ ମୋଚକ ତଥା ଭୂପେନ୍ଦ୍ର ସିଂ ହୁଡ଼ାଙ୍କୁ ସାମ୍ନାକୁ ଆଣିଛି ପ୍ରଦେଶ କଂଗ୍ରେସ । କୁମାରୀ ଶୌଲଜାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଉଦୟ ଭାନଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । କେବଳ ଏତିକି ନୁହେଁ ହୁଡ୍ଡାଙ୍କୁ  ବିଧାୟକ ଦଳ ନେତା ଏବଂ ତାଙ୍କୁ ପୁଅ ଦୀପେନ୍ଦ୍ରଙ୍କୁ ରାଜ୍ୟସଭା ପଠାଇ ପାଇଁ ଚେଷ୍ଟା ଜାରି ରଖିଛି କଂଗ୍ରେସ । ଅନ୍ୟପଟେ ହୁଡ୍ଡାଙ୍କ ଶକ୍ତି ବଢ଼ାଇବା କଂଗ୍ରେସ ପାଇଁ ଭାରି ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଅସନ୍ତୁଷ୍ଟ ନେତାଙ୍କ ଉପରେ ବିଜେପି ନଜର ରଖିଛି ବୋଲି କୁହାଯାଉଛି ।

ପଞ୍ଜାବ ଓ ହରିୟାଣାରେ ମୋଟ୍ ଲୋକସଭା ୨୩ ଆସନ ରହିଛି । ୨୦୧୯ରେ କଂଗ୍ରେସ ପାଇଁ ପଞ୍ଜାବ ସଞ୍ଜୀବନୀ ସାବ୍ୟସ୍ତ ହୋଇଥିଲା । ଏଠାରେ 8ଟି ସିଟରେ ବିଜୟ ମିଳିଥିଲା । ହେଲେ ୨୦୨୨ରେ କଂଗ୍ରେସ ପଞ୍ଜାମରେ ମାତ୍ ଖାଇଥିଲା । ଏଥିରେ ଦଳୀୟ ନେତା ନେତୃତ୍ବକୁ ଦୋଷୀ ଠଉରାଇ ଥିଲେ । ଗତ ୬ମାସରେ ପଞ୍ଜାବରେ  ଓ୍ବାଣ୍ଡିଂଗ ଓ ହରିୟାଣାରେ ହୁଡ୍ଡା ନିଜକୁ ବିରୋଧୀ ବିହୀନ ନେତା ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି । ଏବେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ କିଛି ନେତା କଂଗ୍ରେସରେ ସାମିଲ୍ ହୋଇପାରନ୍ତି ବୋଲି କୁହାଯାଉଛି ।

   Related Posts