ବଦଳିଯିବ ଦେଶର ନାଁ; ‘ଇଣ୍ଡିଆ’ ସମାପ୍ତ ହୋଇ କେବଳ ଲେଖାଯିବ ‘ଭାରତ’ !

Published By : Prameya-News7 Bureau | September 05, 2023 IST

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାମକୁ ପରିବର୍ତ୍ତନ କରିପାରନ୍ତି ସରକାର । ଆସନ୍ତା ୨୦୨୪ ପୂର୍ବରୁ ‘ଇଣ୍ଡିଆ’ ନାଁ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯିବ । ଏଣିକି ଦେଶର ନାଁ କେବଳ ‘ଭାରତ’ ଲେଖାଯିବ । ଏନେଇ ସ୍ବତନ୍ତ୍ର ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି କେନ୍ଦ୍ର ସରକାର । ଜି-୨୦ ଅବସରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ଏହି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି ।  ଅନ୍ୟପଟେ ବିରୋଧୀ ଏହାକୁ କଟାକ୍ଷ କରି କହିଛନ୍ତି, ମେଣ୍ଟ ଇଣ୍ଡିଆ ନାଁକୁ ନେଇ ସରକାର ଡରିଯାଇଛନ୍ତି । ତେଣୁ ସମ୍ବିଧାନ ସଂଶୋଧନ କରିବାକୁ ଯାଉଛନ୍ତି ।  

wp:html /wp:html

‘ଇଣ୍ଡିଆ’ ଶବ୍ଦକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ଓ୍ବେବସାଇଟ୍ Xରେ ପୋଷ୍ଟ କରି ଦାବି କରିଛନ୍ତି, ରାଷ୍ଟ୍ରପତି ଭବନ ପକ୍ଷରୁ ଜି-20 ଅବସରରେ ଡିନର ପାର୍ଟି ପାଇଁ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ସେହିପରି ଆପ୍ ସାସଂଦ ସଞ୍ଜୟ ସିଂହ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ସମ୍ବିଧାନର ପ୍ରଥମ ଭାଗରେ ଇଣ୍ଡିଆ ଦାଟ୍ ଇଜ୍ ଭାରତ ବୋଲି ଲେଖାଯାଇଛି। ଏହାକୁ ବଦଳାଇବା ମାନେ ସମ୍ବିଧାନ ଉପରେ ବଡ଼ ଆକ୍ରମଣ । ବିରୋଧୀ ମେଂଟକୁ ବିରୋଧ କରିବା ଆଳରେ ମୋଦୀ ସରକାର ସମ୍ବିଧାନକୁ ପରିବର୍ତନ କରିବାକୁ ଯୋଜନା କରୁଥିବା ସଂଜୟ ସିଂ ଅଭିଯୋଗ କରିଛନ୍ତି ।

{"id":840568,"sizeSlug":"full","linkDestination":"none"}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.