ଭାରତ ବାୟୋଟେକ୍ ନାସାଲ ଭ୍ୟାକ୍ସିନ୍କୁ ବୁଷ୍ଟର ଡୋଜ୍ ଭାବେ ମିଳିଲା ଅନୁମିତ: ଆଜିଠାରୁ କୋୱିନ୍ ଆପ୍ରେ ହେବ ଉପଲବ୍ଧ
23/12/2022 at 4:14 PM

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ନାସାଲ ଭ୍ୟାକ୍ସିନ୍କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ସୁଧା ଭାରତ ବାୟୋଟେକ୍ର ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ ଘରୋଇ ମେଡିକାଲ୍ ସେଣ୍ଟର ସହ କୋୱିନ୍ ଆପ୍ରେ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ” ଭାରତ ସରକରା ନାସାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହା ହେଟେରୋଲୋଗସ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର ହେବ। ପ୍ରଥମେ ଏହ ଘରୋଇ ହସ୍ପିଟାଲ୍ରେ ଉପଲବ୍ଧ ହେବ। ଆଜି ଠାରୁ ଏହାକୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ।”
ଭାରତ ବାୟୋଟେକ ନାଜାଲ୍ ଭ୍ୟାକ୍ସିନକୁ ଅନୁମତି ମିଲିବା ନେଇ ଗତାକାଲି ଖବର ପ୍ରକାଶ ପାଇଥିଲା। ଏହା ଦେଶର ପ୍ରଥମ ଡ୍ରପ୍ ଭ୍ୟାକ୍ସିନ ହେବ। ୧୮ ବର୍ଷରୁ ଅଧିକ ଲୋଙ୍କୁ ଏହି ଟିକା ଦିଆଯାଇପାରିବ। ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ୍ରେ ଏହା ଉପଲବ୍ଧ ହେବ। ସୂଚନା ଥାଉକି ବର୍ତ୍ତମାନ ସୁଧା ଭାରତ ବାୟୋଟେକ୍ର କୋଭାକ୍ସିନ, ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ କୋଭୋଭାକ୍ସ, ଋଷର ସ୍ପୁଟିନିକ ଭି ଏବଂ ବାୟୋଲୋଜିକାଲ ଇ ଏଲ୍ଟିଡିର କର୍ବେଭାକ୍ସ କୋୱିନ୍ ଆପ୍ରେ ପଞ୍ଜିକୃତ ହୋଇଛି।